pakka

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟ କୁମାର ବାଗଙ୍କ ସଫଳତାର ସହ ଚାକିରୀ କାଳ ସମାପ୍ତ ହୋଇଥିବା ବେଳେ ଆଜି ଏହି ଅବସରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମଂଚକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଯୁବ ହିନ୍ଦୀ ଶିକ୍ଷକ ଅମିତ କୁମାର ବାଗ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଛାତ୍ର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ହିନ୍ଦୀ ଶିକ୍ଷକ ବିଜୟ କୁମାର ବାଗଙ୍କ ନିରାମୟ ଜୀବନ କାମନା କରିଛନ୍ତି । ଅନ୍ୟପଟେ ବିଦ୍ୟାଳୟରେ ନୂତନ କିରାଣୀ ଭାବେ ଯୋଗଦାନ କରିଥିବା ସୁରଜ କୁମାର ନନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ତ୍ରିପାଠୀ ।

jay balangir
Leave A Reply

Your email address will not be published.

3 × one =