ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସମିତି ପଦ୍ମପୁର ଆନୁକୂଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଦ୍ୱାଦଶ କୁମାର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜି କାଲି ଯୁଗରେ ବିଜ୍ଞାନର ଅବଦାନ ଓ ସିଭି ରମଣଙ୍କ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଉଦ୍ଦେଶ୍ୟ ଜ୍ଞାପନ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୋବବନ୍ଧୁ ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଜ୍ଞାନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ମମତା ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ଚୈତନ୍ୟ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ମନ୍ଦିର ବିଭାଗରେ ସୁଷମା ମେହେର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସବିତା ଗୁରୁମା ସିଭି ରମଣ ବିଷୟରେ ଆଲୋଚନା କରିଥିଲେ । ଗୁରୁଜୀ ବିଜ୍ଞାନର ବିଭିନ୍ନ ପ୍ରତିଯୋଗିତା ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବିବେକାନନ୍ଦ ଗୁରୁଜୀ ପରିଚାଳନା କରିଥିଲେ ମୁଦିରଥ , ସତ୍ୟନାରାୟଣ ସାହା ଓ ମିନତି ପଟ୍ଟନାୟକ ଶିଶୁମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ମନମୋହିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

17 + 8 =