csstore

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜର ୪୨ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ କଲେଜ ପରିସରରେ ପାଳନ ହୋଇଯାଇଛି । କଲେଜର ପରିଚାଳନା କମିଟି ସଭାପତି ସତ୍ୟଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଭିସି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ବିଧୁଭୂଷଣ ମିଶ୍ର, ସମ୍ମାନିତ ଅତିଥି ରୂପେ ପ୍ରଫେସର ପ୍ରଦୀପ କୁମାର ନାୟକ, ଜୟଶ୍ରୀ ମିଶ୍ର, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ମୁଖ୍ୟବକ୍ତା ଭାବେ ପ୍ରଫେସର ସୁଜିତ କୁମାର ପୃଷେଠ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖି କଲେଜର ଉନ୍ନତି କାମନା କରିବା ସହ ବର୍ତ୍ତମାନ କର୍ତ୍ତବ୍ୟରତ କର୍ମଚାରୀ ଓ ପରିଚାଳନା କମିଟିଙ୍କୁ ଧନ୍ୟବାଦ ଦେଇଥିଲେ । ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କୁ କଲେଜ ତରଫରୁ ସମସ୍ତ ଅତିଥିମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଏ ଅବସରରେ କଲେଜର ଏକ ସ୍ମରଣିକା “ଅମୃତା”କୁ ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଅଧ୍ୟକ୍ଷା କ୍ଷୀରାବ୍ଦୀ ତନୟା ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଶାସକ ତଥା ସମ୍ପାଦକ ମନୋଜ ତ୍ରିବେଦୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଏଥିରେ ପରିଚାଳନା କମିଟି ସମସ୍ତ ସଭ୍ୟସଭ୍ୟାମାନେ ମଧ୍ୟ ଯୋଗ ଦେଇଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧକ୍ଷା କ୍ଷୀରାବ୍ଦୀ ତନୟା ରାଉତରାୟ । କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.