csstore

ଆଗଲପୁର ବ୍ଲକ ଗାଁ ସାଥୀ ସଂଘର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକର ବେନ୍ଦ୍ରା(ରାମପୁର) ପଞ୍ଚାୟତର ସଭାଗୃହଠାରେ ସମସ୍ତ ଗାଁ ସାଥୀ(ମେଟ୍)ମାନଙ୍କୁ ନେଇ ସଙ୍ଘର ବ୍ଲକ ସଭାପତି ଆନନ୍ଦ ପ୍ରଧାନଙ୍କ ନେତୃତ୍ଵରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନରେଗା କାମରେ ହେଉଥିବା ମେଟ୍‌ମାନଙ୍କ ସମସ୍ୟା ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସଙ୍ଘର ଉପସଭାପତି ପ୍ରକାଶ ଦୀପ, ସମ୍ପାଦକ ଜ୍ଞାନଦେବ ପ୍ରଧାନ, ସହ ସମ୍ପାଦକ ସଚ୍ଚିକାନ୍ତ ପ୍ରଧାନ, କୋଷାଧ୍ୟକ୍ଷ ରୋହିତାସ୍ଵ ସାହୁଙ୍କ ସମେତ ସତ୍ୟଦେବ ନାଗ, ପଦ୍ମିନୀ ଭୋଇ, ମନୋଜା ପ୍ରଧାନ, ସଂଯୁକ୍ତା ବିଶ୍ଵାଳ ପ୍ରମୁଖ ବହୁ ସଂଖ୍ୟାରେ ମେଟ୍ ଭାଇ ଭଉଣୀମାନେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.