ଦଶମ ଶ୍ରେଣୀ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ନିରାଡମ୍ବର ମଞ୍ଚରେ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ ଉତ୍ସବରେ ବଲାଙ୍ଗିର ଜିଲ୍ଲାର ବରିଷ୍ଠ ରୋଟାରିଆନ୍‌ ଓମ୍‌ ପ୍ରକାଶ କାଉଣ୍ଟିଆଙ୍କ ଉଦ୍‌ଯୋଗ କ୍ରମେ ରୋଟାରିଆନ୍‌ ବିଷ୍ଣୁ ପ୍ରସାଦ କେଡିଆ ଓ ସଂଜୟ କୁମାର ଅଗ୍ରୱଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର କୃତୀ ଛାତ୍ରୀ ପ୍ରିୟଙ୍କା ଦୀପଙ୍କୁ ଦୁଇ ବର୍ଷର ପଢାଖର୍ଚ୍ଚ ବହନ କରିବା ସହ ପ୍ରଥମ କିସ୍ତିରେ ପାଞ୍ଚ ହଜାର ଟଙ୍କା ସହଯୋଗ ରାଶି ପ୍ରଦାନ କରିଥିଲେ ଶ୍ରୀମାନ କାଉଣ୍ଟିଆ । ଛାତ୍ରଛାତ୍ରୀଙ୍କ ତରଫରୁ ବରିଷ୍ଠ ଶିକ୍ଷକ ଅମରଦୀପ ପାଣିଗ୍ରାହୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କରାଯାଇ ଉତ୍ତରୀୟ ଓ ଉପଢୈାକନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ । ମଞ୍ଚାସୀନ ଥିଲେ ପରିଚାଳନା କମିଟିର ସଭ୍ୟ ଶଚିକାନ୍ତ ରାଉତ, ଶିକ୍ଷକ ପ୍ରମୋଦ କୁମାର ହୋତା, ବାସନ୍ତୀ ସାହୁ, ଆନନ୍ଦ ସାହୁ, ସୌଭାଗ୍ୟ ପୂଝାରୀ, ସୁରେନ୍ଦ୍ର ନାଏକ ସହଯୋଗ କରି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ୪ର୍ଥ ଶ୍ରେଣୀ କର୍ମଚାରୀ ଶୁକଦେବ ପଟେଲ, ନକୁଳ ନାଏକ ଓ ରଘୁନାଥ ପଟେଲ ସହ ବରିଷ୍ଠ କିରାଣୀ ରାମକୁମାର ରାଉତ ଖାଦ୍ୟ ପରିବେଷଣରେ ସହାୟତା କରିଥିଲେ । ବିଦ୍ୟାଳୟର ଏତାଦୃଶ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସ୍ୱାଗତ ଜଣାଇ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

one × two =