csstore

ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ସୋମବାର ଦିନ କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ତୁରେକେଲା ବ୍ଲକ ବି. ଡି. ଓ. ଶଙ୍କର୍ଷଣ ବେହେରା, ଅଧ୍ୟକ୍ଷା ପୂଜା ବେହେରା ସହ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀମାନେ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧାନ ଦେଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ଜନସାଧାରଣ ଉଚିତ୍‌ ନ୍ୟାୟ କିପରି ପାଇପାରିବେ ସେଥିପ୍ରତି ବ୍ଲକ ପ୍ରଶାସନ ଧ୍ୟାନ ଦେବା ପାଇଁ ଶ୍ରୀ ବାଗ କହିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲ୍ଲା ସଭାପତି ଶିବାଜି ମହାନ୍ତି, ତୁରେକେଲା ବ୍ଲକ ମଣ୍ଡଳ ସଭାପତି ହରିଶ୍ଚନ୍ଦ୍ର ସାହୁ, ଇଶ୍ୱର ଚନ୍ଦ୍ର ନାଏକ, ପୂର୍ବତନ ସରପଂଚ ଅକ୍ଷୟ ମେହେର, ତୁରେକେଲା ପଂଚାୟତ ସରପଂଚ ଜଳନ୍ଧର ମହାକୁଡ, ଗୌତମ ବାଗ, ଦିଲ୍ଲୀପ ମହାନ୍ତି ଯୁଧିଷ୍ଟିର ଜାଲ ସହ ଅନେକ ସମର୍ଥକ ସାମିଲ ଥିଲେ । ସେହିପରି ତୁରେକେଲା ବ୍ଲକ ଚାଉଲସୁଖା ପଂଚାୟତ ସଦର ଗ୍ରାମର ବିଭିନ୍ନ ଗ୍ରାମକୁ ବିଧାୟକ ବାଗ ମାରାଥନ ଜନ ସମ୍ପର୍କ ଯାତ୍ରା କରିଥିଲେ । ଏହି ଜନ ସମ୍ପର୍କ ଯାତ୍ରାରେ ପଂଚାୟତର ରେଙ୍ଗାଲି, ଚାଉଳସୁଖା, ବରାଯୁରା, ଗ୍ରାମରେ ବିଧାୟକ ଶ୍ରୀବାଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

jayashree
Leave A Reply

Your email address will not be published.