oom

ବିଜେପୁର ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟାଙ୍କୁ ଶନିବାର ତାଙ୍କର ବାସ ଭବନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସ୍ଥାନୀୟ ବ୍ଲକସ୍ତରୀୟ ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସଭାପତି ମୋହନ ସିଂ କହ୍ନେଇ ଓ ଉପଦେଷ୍ଟା ସଦସ୍ୟ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ବିଧାୟକ ଗଡତୀୟାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂପାଦକ ରାଜେଶ୍ୱର ବେହେରା ଖଗେଶ୍ୱର ସାହିତ୍ୟ କଳା ପରିଷଦର ବାର୍ଷିକ ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲର ଦ୍ଵିତୀୟ ସଂଖ୍ୟାକୁ ବିଧାୟକଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହସଂପାଦକ ହ୍ରୁଦମଣି ସାହୁ, ଉପସଭାପତି ଦିଲ୍ଲୀପ କୁମାର ଦେବତା, ସାହିତ୍ୟିକ ସୁଶାନ୍ତ କୁମାର ମିଶ୍ର, କ୍ରାନ୍ତି କବି ହରିଲାଲ ସାହୁ, କୋଷାଧ୍ୟକ୍ଷ ଦେବାଶିଷ ମେହେର, ଗୀତିକାର ମକରଧ୍ୱଜ ସାହୁ, ଅଧ୍ୟାପକ ଉପେନ୍ଦ୍ର ସାହୁ, ଦୁର୍ବାଦଳ ମେହେର, ଆଶୁତୋଷ ମେହେର, ସାବିତ୍ରୀ ମେହେର, ଦିଲେଶ ମେହେର, ତୁଳସୀରାମ ମେହେର, କବି ଯଦୁମଣି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନ ଓ ସଂପାଦକ ସୌମ୍ୟରଂଜନ ପ୍ରଧାନଙ୍କ ଆବାହକତ୍ଵରେ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଲୋକନାଥ ମେହେର, ସଂପାଦକ ଦେବାର୍ଚନ ସାହୁ, କୋଷାଧ୍ୟକ୍ଷ ପ୍ରତିମା ଗୁରୁ, ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବଳରାମ ସାହା, ପରିଚାଳନା କମିଟି ସଦସ୍ୟ ରାଜେଶ୍ଵର ବେହେରା ପ୍ରମୁଖ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେହିପରି ବିଜେପୁରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ ତଥା ବରପାଲି ଓ ଗାଇସିଲେଟ ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଧାୟକ ଗଡତୀୟାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ଵାସ୍ଥ୍ୟ ତଥା ଉନ୍ନୟନମୂଳକ କାର୍ଯ୍ୟରେ ନିଜର ସେବା ଅବ୍ୟାହତ ରହିବ ବୋଲି ବିଧାୟକ ସନତ କୁମାର ଗଡତୀୟା ତାଙ୍କର ପ୍ରତିକ୍ରିୟାରେ କରିଥିଲେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଚାରି ଦଶନ୍ଧି ପରେ ବିଜେପୁରକୁ ବିଧାୟକ ପଦ ମିଳିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅପରପକ୍ଷରେ ଚଳିତ ନିର୍ବାଚନରେ ସରକାର ପରିବର୍ତ୍ତନ ହେବା ସହିତ ଡବଲ୍‌ ଇଞ୍ଜିନ ସରକାର ସହ ଏହି ଅଞ୍ଚଳ ଯୋଡି ହୋଇଥିବାରୁ ବିକାଶ ଧାରା ତୀବ୍ରତର ହେବ ବୋଲି ଜନସାଧାରଣ ଉଲ୍ଲସିତ ହୋଇଥିବା ପରିଲକ୍ଷିତ ହେଉଛି ।

jittmm
Leave A Reply

Your email address will not be published.