ଦେଓଗାଁ, (କେପିଏନ୍ଏସ୍) : ଆଜି ବଗଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ନାଗଙ୍କ ଅଧ୍ୟକ୍ଷତାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପାଣ୍ଡେଲରେ ପ୍ରଧାନ ଶିକ୍ଷକ କାମଦେବ ସାହୁଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ କେନ୍ଦ୍ରର ସମସ୍ତ ଶିକ୍ଷକ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ କବିରାଜ ମାଝୀ ମୁଖ୍ୟ ଅତିଥି ଭାବରେ, ସମ୍ମାନୀତ ଅତିଥି ଭାବରେ ପ୍ରାଥମିକ ଶିକ୍ଷକ ସଂଘ ଦେଓଗାଁ ବ୍ଲକର ସଭାପତି କୈଳାସ ଚନ୍ଦ୍ର କର୍ତ୍ତୀ, କେନ୍ଦ୍ର ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୁନ୍ତେ ମେହେର, ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର, ଉପରଝର ସିଆର୍ସିସି, ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀ, ଅବସରପ୍ରାପ୍ତ ଶିକ୍ଷକ ଭୋଗୀ କୁଅଁର, ଭୂତପୂର୍ବ ଗ୍ରାମସଭ୍ୟ ଦାଶରଥି ଭୋଇ, ଗ୍ରାମର ବିଶିଷ୍ଟ ଭଦ୍ର ବ୍ୟକ୍ତି କଳାକାହ୍ନୁ ସା ଆଦି ବିଶିଷ୍ଟ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ସହ ବିଦାୟୀ ଶିକ୍ଷକ କାମଦେବ ସାହୁଙ୍କ ମହନୀୟ ଗୁଣ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରେ ଗ୍ରାମ ପରିକ୍ରମା କରାଯାଇ ତାଙ୍କ ନିଜ ଗ୍ରାମକୁ ସଭିଏଁ ଛାଡିବା ପାଇଁ ଆସିଥିଲେ । ପରିଶେଷରେ ସଭିଙ୍କୁ ଗ୍ରାମର ଯୁବ ସମାଜସେବୀ ବିରଞ୍ଚି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।