jsm

କଣ୍ଟାମାଲରେ ଏବିଇଓଙ୍କୁ ସମ୍ବର୍ଦ୍ଧନା : ଶତାଧିକ ଶିକ୍ଷକଙ୍କ ଯୋଗଦାନ

csstore

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କଣ୍ଟାମାଲ କଲ୍ୟାଣ ମଣ୍ଡପଠାରେ ଏବିଇଓ ଫାଲ୍ଗୁନୀ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ନୀଳାଚଳ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ସମ୍ମାନିତ ଅତିଥି ଭାବେ ଅନ୍ୟତମ ଏବିଇଓ ଦୁର୍ଗାଚରଣ ପ୍ରଧାନ, ସାଧାରଣ ସଂପାଦକ ଶିଶିର ଖଟୁଆ, ଉପସଭାପତି ଅନିତା ମେହେର, ଉପଦେଷ୍ଟା ଲୋକନାଥ ପାଢ଼ୀ ପ୍ରମୁଖ ଯୋଗଦେଇ ଅଵସର ନେଇଥିବା ଏବିଇଓଙ୍କ କାର୍ଯ୍ୟଶୈଳୀ ଓ ଶିକ୍ଷକଙ୍କୁ ଏକଜୁଟ କରିବାର କଳା ଉପରେ ଆଲୋକପାତ କରିଥିଲେ । ଏ ଅଵସରରେ ମୁଖ୍ୟ ଲିପକ ଶଙ୍କର ମହାନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଯୁଗ୍ମ ସଂପାଦକ ରଂଜୁ ଅମାତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦିଲ୍ଲୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ସୁଦାମ ମିଶ୍ର, ପ୍ରଜିନା ପାଢ଼ୀ, ସୁକଦେଵ ମହାଳିକ, ନିରାକାର ସାହୁ, ଇତି ମହାନ୍ତି, ନରେଶ ଚନ୍ଦ୍ର କର୍ମୀ, ଉଦ୍ଧବ ମହାଳିକ, ସତ୍ୟ ରଣା, ଗୋବର୍ଦ୍ଧନ ସାହୁ, କେଶବ ପ୍ରଧାନ, ନରେଶ ଚନ୍ଦ୍ର କର୍ମୀ, ହୃଦାନନ୍ଦ ଦନ୍ତା, ଶଶାଙ୍କ ପୋଢ଼ ସମେତ ବ୍ଲକର ସମସ୍ତ ସ୍କୁଲର ଜଣେ ଲେଖାଁଏ ଶିକ୍ଷକ ପ୍ରତିନିଧି ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.