pakka

ଶହେ ଘଣ୍ଟା ପରେ ଉଠିଲା ବାଳିକାର ମୃତଦେହ, ବଳାତ୍କାର କରିବାକୁ ଉଦ୍ୟମ କରି ହତ୍ୟା କଲା ଅଭିଯୁକ୍ତ

ଡୁଙ୍ଗରପୁର : ପାଞ୍ଚ ଦିନ ପୂର୍ବେ ରାଜସ୍ଥାନର ଆଦିବାସୀ ପ୍ରାଧାନ୍ୟ ଡୁଙ୍ଗରପୁର ଜିଲ୍ଲାରେ ଜଣେ ୧୦ ବର୍ଷର ବାଳିକାକୁ ହତ୍ୟା ପଛର ରହସ୍ୟ ଉନ୍ମୋଚିତ ହୋଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ରାତିରେ ଘର ପ୍ରାଙ୍ଗଣରେ ଅନ୍ଧାରରେ ଶୋଇଥିବା କୁନି ଝିଅଟିକୁ ମଦ୍ୟପାନ କରିଥିବା ଅଭିଯୁକ୍ତ ଉଠାଇ ନେଇ ଯାଇଥିଲା । ପରେ ତାକୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏହି ସମୟରେ ଝିଅଟି ନିଦରୁ ଉଠିପଡ଼ିବାରୁ ଅଭିଯୁକ୍ତ ତାକୁ ଗଳା ଚିପି ହତ୍ୟା କରିଥିଲା । ପରେ ମୃତଦେହକୁ ଏକ ବ୍ରିଜ ତଳେ ଲୁଚାଇ ଦେଇଥିଲା । ଅଭିଯୁକ୍ତ ଗିରଫ ହେବା ପରେ ଘଟଣାର ପଞ୍ଚମ ଦିନରେ ଆଜି ସମ୍ପର୍କୀୟ ତଥା ଗ୍ରାମବାସୀ ବାଳିକା ଶିଶୁର ମୃତଦେହ ନେଇଥିବା ସୂଚନା ମିଳିଛି ।

ଡୁଙ୍ଗରପୁର ପୋଲିସ ଅଧୀକ୍ଷକ ରାଶି ଡୋଗ୍ରା କହିଛନ୍ତି ଯେ ଗିରଫ ଅଭିଯୁକ୍ତ ହେଉଛି ଜିତେନ୍ଦ୍ର ଓରଫ ଜିତୁ । ପଚରାଉଚରା ବେଳେ ଏହା ସାମ୍ନାକୁ ଆସିଛି ଯେ, ଜିତେନ୍ଦ୍ର ଜୁନ୍ ୨୮ରେ ଦିନସାରା ମଦ୍ୟପାନ କରିଥିଲା । ରାତିରେ ସେ ମଦ୍ୟପାନ କରି ଶୋଇଥିବା ଝିଅଟିକୁ ଉଠାଇ ନେଇ ଯାଇଥିଲା । ସେ ଗାଁ ବାହାରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଝିଅକୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲା ।

Leave A Reply

Your email address will not be published.

15 + fifteen =