pakka

ସିରଜିନା ପକ୍ଷରୁ ସମ୍ୱଲପୁରୀ ଦିନ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ୱଲପୁରୀ ଦିନ ରୂପେ ଖରସିବାଞ୍ଜିରେ ପାଳନ କରାଯାଇଥିଲା । ପ୍ରଥମ ଅଧିବେସନରେ ମନୋରଞ୍ଜନ ସାହୁ ମା’ ସମଲେଇ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ତା’ପରେ ଅନୁଷ୍ଠାନ ସଭାପତି ରାଜୁ ଘିବେଲାଙ୍କ ପୌରୋହିତ୍ୟ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଅନୁଷ୍ଠାନ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ ପୂର୍ବକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତା’ପରେ ସମ୍ମାନିତ ଅତିଥି ବ୍ୟଙ୍ଗଶ୍ରୀ ଗଦାଧର ନିଆଲ ସମ୍ୱଲପୁରୀ ଦିବସ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଅନ୍ୟତମ ସମ୍ମାନିତ ଅତିଥି ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ମଧ୍ୟ ସୁନ୍ଦର ଆଲୋଚନା କରିଥିଲେ । ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟବକ୍ତା ଭାବରେ ଯୋଗଦେଇ ହେମନ୍ତ ଦୀପ ଅତି ସୁନ୍ଦର ଭାବରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସାହିତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ତା’ପରେ ନମିତା ଦୀପ ଯାଦବ ଓ ପୋଲସ୍ତ୍ୟ ସାହାଙ୍କ ସଂଯୋଜନାରେ ମନୋଜ୍ଞ କବିତା ପାଠ ହୋଇଥିଲା । ଏଥିରେ ୬୯ ଜଣ କବିତା ପାଠ କରିଥିଲେ । ଏହି ବର୍ଷ ହେମନ୍ତ ଦୀପ, ମନୋରଞ୍ଜନ ସାହୁ, ନମିତା ଦୀପ, ଯାଦବ କାହ୍ନୁ ଚରଣ ନାଥ, ବାଲମୁକୁନ୍ଦ ନିଆଲ, ଦୀପାଳି ମେହେର, ମନୋଜ ବାଗ, ବିକ୍ରମ ସାହୁ, ପଞ୍ଚାନନ ବିରତିଆ, ମନୋଜ କୁମାର ମାନିରା, ଲିପୁନ ସାହୁଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା ସନ୍ଧ୍ୟାରେ ଏହି ଅଧିବେଶନରେ ବିଧାୟିକା ବର୍ଷା ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସିରଜିନା ପରିବାରର ଭୁୟସୀ ପ୍ରଶଂସା କରିଥିଲେ । ସେ ଏହି ଅନୁଷ୍ଠାନରେ ଛୋଟ ସମୟରୁ କିପରି ଜଡିତ ଥିଲେ ତାହା ଆଲୋଚନା କରିଥିଲେ । ଶେଷରେ ଦୀପକ ଦାଶଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା । ମିନି କଂସ ସନୟ ମେହେର, ଶିବ ସୁନା, ଶୁଭମ ଘିବିଲାଙ୍କ ଅଭିନୟରେ ଦର୍ଶକ ଅଭିଭୂତ ହୋଇଯାଇ ଥିଲେ । ଜୁଲୁ ଭାଇଙ୍କ ସମ୍ୱଲପୁରୀ ନୃତ୍ୟ, ଦୀପକ ଦାଶ ଅଭିନୟ, ସୁଶାନ୍ତ ମହାପାତ୍ରଙ୍କ ଏକକ ଅଭିନୟ ଏବଂ ରାଜେନ୍ଦ୍ର ମହାନ୍ତିଙ୍କ ନାଟ ମିଛ ନିଜେ ଏକା କରିଥିଲେ । ଏ ଗୁଡିକ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଗାଁର କୁନି ଝିଅମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପୌଲସ୍ତ୍ୟ ସାହା, ସଂଜୟ ରଣା, ନରୋତ୍ତମ ଦାଶ, ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ଡ଼ ଅବନୀ କାନ୍ତ ସାହୁ, ଭୀଷ୍ମଦେବ ସାହୁଙ୍କ ସହଯୋଗରେ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।

jay balangir
Leave A Reply

Your email address will not be published.

eighteen + 11 =

error: Content is protected !!