ମନମୁଣ୍ଡା ଡାକ୍ତରଖାନାରେ ସାମାଜିକ ଦୂରତାକୁ ଫୁ

ବୌଦ୍ଧ, (ମମତା ମହାକୁର) : କିଛିଦିନ ହେଲା ବୌଦ୍ଧ ଜିଲ୍ଲାରେ ଟୀକା ଅଭାବରୁ ଟୀକାକରଣ ବନ୍ଦ ଥିବାବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲାର ଟୀକାକରଣ କେନ୍ଦ୍ର ଗୁଡିକରେ ଆଜି ଲୋକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଟୀକା ନେବାପାଇଁ ଆକୁଳହୋଇ କୋଭିଡ୍‌ ନିୟମ ମଧ୍ୟ ମାନୁନାହାନ୍ତି । ଆଜି ସକାଳେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲୋକେ ଟୀକା ପାଇଁ ସମସ୍ତ ନିତିନିୟମକୁ ବେଖାତିର କରି ଠେଲାପେଲା ହେଉଥିବା ଦେଖିବାକୁ ମିଳିଥିଲା । ଅପର ପକ୍ଷରେ ଡାକ୍ତରଖାନା ପକ୍ଷରୁ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରାଇ ଧାଡିରେ ଠିଆ କରାଇବା ଆଦି ନକରି ନୀରବଦ୍ରଷ୍ଟା ସାଜିବା ପରିତାପର ବିଷୟ । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ନ ହେଲେ ଆହୁରି ଟୀକା ନାଁରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

10 + nine =

error: Content is protected !!