om academy

ମୃତକଙ୍କ ପରିବାରକୁ ସହାୟତା କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ଗଞ୍ଜାବାହାଲ ଗାଁରେ ଗତ କିଛି ଦିନ ତଳେ ସାପ କାମୁଡାରେ ଜଣେ ୩ ବର୍ଷର ଶିଶୁ କନ୍ୟା ରୂପାଲି ସଗରିଆର ଜୀବନ ଯାଇଥିଲା । ମୃତକଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଘରେ ମା’ ଥିବା ବେଳେ ବାପା ବାହାର ରାଜ୍ୟକୁ ପେଟ ପାଟଣା ପାଇଁ ଯାଇ ଝିଅର ମୃତ୍ୟୁ ଖବର ଶୁଣି ସେ ଘରକୁ ପଳାଇ ଆସିଛନ୍ତି । ରାଜ୍ୟ ଯୁବ ବିଜେଡି ସମ୍ପାଦକ ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଶୀ ପରିବାରକୁ ଭେଟିବା ସହ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ସରକାରୀ ସହାୟତା କିପରି ଭାବେ ମିଳିବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ । ଏହି ଭଳି ଗରିବ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଥିବାରୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

Leave A Reply

Your email address will not be published.