jsm

ରେଡକ୍ରସ୍‌ ପକ୍ଷରୁ ସହାୟତା

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରବର୍ତ୍ତୀ ସଂକ୍ରମଣ ଜନିତ ଓ କୋଭିଡର ଭୟାବହତାରୁ ରକ୍ଷା ପାଇବା ପାଇଁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟଶାଖା ଦ୍ୱାରା ପ୍ରଦାନ କରାଯାଇଥିବା ଲାଇଫବୟ ସାବୁନ ଗତକାଲି ଗାଦିବ୍ରହ୍ମ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଦ୍ୱାରା ଡେଲାଙ୍ଗ କୋଠବାଡ ଗ୍ରାମ ପଂଚାୟତ ଅନ୍ତର୍ଗତ ଗେଲାସାହି ଗ୍ରାମର ପଚାଶରୁ ଅଧିକ ପରିବାରକୁ ବଣ୍ଟନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍‌ର ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ଏହି ବଣ୍ଟନ କାର୍ଯ୍ୟକୁ ପରିଚାଳନା କରିଥିଲେ ।ରେଡକ୍ରସ୍‌ ୟୁନିଟ୍‌ର ସ୍ୱେଚ୍ଛାସେବୀ କୈବଲ୍ୟ, ଅମୀୟ, ହେମନ୍ତ, ଆକାଶ ପ୍ରଧାନ, ସୋନାଲିନ, ଶୁଭଲକ୍ଷ୍ମୀ, ସୋନାଲି, କସ୍ତୁରୀ, ମଧୁସ୍ମିତା, ପଦ୍ମିନି ଓ ଝରଣା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗ୍ରାମବାସୀ ରେଡକ୍ରସ୍ ଓଡିଶା ରାଜ୍ୟଶାଖା ସଚିବ ସିଟିଏମ୍ ସୁଗୁଣାଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ ।

yuvodaya
Leave A Reply

Your email address will not be published.