pakka

ବିଦେଶକୁ ରପ୍ତାନୀ କରାଯିବ ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ଚାଲିଥିବା ପୁରୀ ଜିଲ୍ଲା ଗୋପବ୍ଲକ ଅର୍ନ୍ତଗତ ମହଲପଡାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ପର୍କ’ କାର୍ଯ୍ୟାଳୟର ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର ବିଦେଶକୁ ରପ୍ତାନୀ କରାଯିବ । ଇଡିଆଇଆଇ ସ୍ମୁତି କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡ. ରାଜେଶ ଗୁପ୍ତା, ଶ୍ରୁତି ସୁରେନ ଓ ଇଡିଆଇଆଇ ଭୁବନେଶ୍ୱର ରାମଚନ୍ଦ୍ର ବେହେରା ପ୍ରମୁଖ ଓଡିଶା ଗ୍ରସ୍ତରେ ଆସି ମହଲପଡାଠାରେ ପହଂଚି ପଥର ଖୋଦେଇ କଳା କାରୁକାର୍ଯ୍ୟକୁ ଦେଖି ପ୍ରଶଂସା କରିବା ସହିତ ଏହି କଳା କାରୁକାର୍ଯ୍ୟ ବିଦେଶକୁ ରପ୍ତାନୀ କରାଯିବ ବୋଲି କହିଥିଲେ । ସେଠାରେ କାର୍ଯ୍ୟରତ ଗୋପ, କୋଣାର୍କ, ନିମାପଡା, କାକଟପୁର, ଅସ୍ତରଙ୍ଗ ଅଂଚଳର ୩୧୧ଜଣ କାରିଗରଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହିତ ଏହାର ବ୍ୟବସାୟ କିପରି ଚାଲିଛି ପଚାରି ବୁଝିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିଳ୍ପ ନିୟୋଜନ ସଂସ୍ଥା, ଅତିରିକ୍ତ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁରୀ, ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ୍ଷ ତଦାରଖ କରାଯାଉଛି ।

jay balangir
Leave A Reply

Your email address will not be published.

seventeen − 1 =

error: Content is protected !!