ଅନାଥ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କଲେ ସମାଜସେବୀ ଯଶୋବନ୍ତ ରଣା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବ୍ରାହ୍ମଣୀଗୁଡା ଗାଁରେ ରହୁଛନ୍ତି ତିନି ଅସହାୟ ଭାଇ ଭଉଣୀ । ପିତା ଡମ୍ବରୁ ମାଝୀ ଓ ମା’ଙ୍କ ଦେହାନ୍ତ ପରେ ସେମାନେ ଏବେ ଅସହାୟ ଅବସ୍ଥାରେ ରହୁଛନ୍ତି । ନିଜର ବୋଲି ଘର ଖଣ୍ଡେ ନଥିବାରୁ ସେମାନେ ଟଙ୍କା ବୁଢ଼ୀ ଆଇଙ୍କ ଘରେ ରହୁଛନ୍ତି । ସୂଚନା ଅନୁସାରେ ଯେତେବେଳେ କିଛି ମିଳୁଛି କିମ୍ବା ଯାହା ମିଳିଲା ଖାଉଛନ୍ତି । ସେହି ତିନିଜଣ ହେଲେ ଧନୁର୍ଜୟ ମାଝୀ, ତିଳ ମାଝୀ ଓ ରୋହିଣୀ ମାଝୀ । ଧନୁର୍ଜୟଙ୍କୁ ବର୍ତମାନ ୨୦ ବର୍ଷରୁ ଅଧିକ ହେଉଛି । ସେ ଲୋକଙ୍କ ଘରେ ମୂଳ ଲାଗି ଯାହା ପାଇଲେ ଆଣନ୍ତି । ସେଥିରେ ତିନି ଭାଇ ଭଉଣୀ ଚଳି ଯାଉଛନ୍ତି । ନିଜର ବୋଲି ଘର ଖଣ୍ଡେ ନ ଥିବା ହେତୁ ବୁଢ଼ୀ ଆଈଙ୍କ ପାଖରେ ରହୁଛନ୍ତି । ତାଙ୍କର ଆଈମା ମଧ୍ୟ ବୃଦ୍ଧ ହୋଇଥିବାରୁ ସେମାନଂକୁ କେତେ ଦିନ ଦେଖିବେ । ଏହି ସମସ୍ୟା ବିଷୟରେ ଖବର ପାଇ ଯୁବ ସମାଜସେବୀ ଯଶୋବନ୍ତ ରଣା, ମମତା ପ୍ରଧାନ ଓ ଧିରେନ ସୁନାନୀ ତାଙ୍କ ଘରକୁ ଯାଇ ସେମାନଂକୁ ଶାନ୍ତନା ଦେଇଥିଲେ । ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ ବୋଲି ଯଶୋବନ୍ତ ରଣା କହିଛନ୍ତି । ସେମାନଂକୁ କିଛି ଆର୍ଥିକ ସହାୟତା, ଘର ଡିହ, ଆବାସ ଯୋଜନାରେ ଘର ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ସମାଜସେବୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.