ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାରର ଶିଶୁଙ୍କୁ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାରର ଶିଶୁମାନଙ୍କ ଶିକ୍ଷା ସ୍ଵାସ୍ଥ୍ୟ ତଥା ପୁଷ୍ଟି ନିମନ୍ତେ ଜିଲ୍ଲାପାଳ ବିମଳେନ୍ଦୁ ରାଏ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୀରମହାରାଜପୁର ବ୍ଲକ ହନୁମାନପାଲି ଗ୍ରାମର ଶାନ୍ତି ମେହେରଙ୍କ ଝିଅ କ୍ରୀଷ୍ଣା ମେହେର ଏବଂ ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗ୍ରାମର ସୁସ୍ମିତା ସାହୁଙ୍କ ଝିଅ ଆଦ୍ୟାଶା ସାହୁ ପ୍ରତ୍ୟେକଙ୍କୁ ୪୦୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର । ସହାୟତା ନିମନ୍ତେ ଉଭୟ ପରିବାର ପାଇଁ ୪୮୦୦୦ ଟଙ୍କା ଲେଖାଁଏ ମଞ୍ଜୁର ହୋଇଥିବା ବେଳେ ପ୍ରତିମାସ ଜଣ ପ୍ରତି ୪୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯିବ । ଏହି ଅବସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ମିଶ୍ର, ପରାମର୍ଶଦାତା ପ୍ରଶାନ୍ତ ମାହାକୁଡ, ସ୍ୱାଗତରାଜ ମିଶ୍ର, ଥବୀର କାଲସାଏ, ବିଶେଶ୍ଵର ହୋତା, ସରିତା ସୁନା ସହଯୋଗ କରିଥିଲେ ।

Leave A Reply

Your email address will not be published.

17 − seventeen =