
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ମାଉସୀ ମନ୍ଦିର ପରିସରରେ ରାଜୀବ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମାଜ ଉପରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଓବିସି ଆକ୍ଟ ଉପରେ ଆଲୋଚନା ହୋଇ ଓଡିଶାରେ ଲାଗୁ ହେବା ଦାବୀ କରିଛନ୍ତି । ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବରେ ରଙ୍କମଣୀ ସାହୁ, ଉପସଭାପତି ମାଧବ ସାହୁ, ହରିଶ୍ଚନ୍ଦ୍ର ସାହୁ, ସମ୍ପାଦକ ଦିଲ୍ଲୀପ ସାହୁ, କୋଷାଧ୍ୟକ୍ଷ ଭରତ ସାହୁଙ୍କୁ ମନୋନୀତ କରାଯାଇଛି । ବୈଠକ ଶେଷରେ ହେମନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।