pakka

୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ବିଶେଷ କଂପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଦିବସୀୟ କଂପ୍ୟୁଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଆଦର୍ଶ ‘ସେବା ଓ ନିଷ୍ଠା’ ଆଧାରରେ ସିଆର୍‌ପିଏଫ୍‌ ଅଧିକାରୀ ଓ କର୍ମଚାରୀମାନେ ନିଜ ପରିବାର ଠାରୁ ଦୂରରେ ରହି ନିଃସ୍ୱାର୍ଥ ଭାବରେ ରାଷ୍ଟ୍ରର ସେବା କରି ଆସୁଛନ୍ତି । ସେବା ପ୍ରଦାନ ପୂର୍ବକ ଗତକାଲି ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ବିଶେଷ କଂପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଦିବସୀୟ କଂପ୍ୟୁଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଖପାଖର ଶିକ୍ଷା ପ୍ରତିଷ୍ଠାନ ଯଥା ଆଇଟିଆଇ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । କମାଣ୍ଡେଣ୍ଟ ପୱନ କୁମାର ତିୱାରୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ କଂପ୍ୟୁଟର ପ୍ରଶିକ୍ଷଣ ପାଇଁ ଇଚ୍ଛାପ୍ରକାଶ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ ଓ ଆଜିର ସମୟ ସହ ନିଜକୁ ସାମିଲ୍‌ କରି କଂପ୍ୟୁଟର ପ୍ରଶିକ୍ଷଣ ପ୍ରତି ଆକର୍ଷିତ ହେବାକୁ ପ୍ରୋତ୍ସାହିତ କରିଥିଲେ । ସିଆର୍‌ପିଏଫ୍‌ର ସବ୍‌ ଇନ୍ସପେକ୍ଟର (ଟେକ୍‌ନିକାଲ୍‌) ସୃଷ୍ଟି କୁମାର (ସପ୍ଟୱେର୍‌ ଇଂଜିନିଅର) ଏବଂ ୧୮୯ ବାଟାଲିଅନ୍‌ର ଟେକ୍‌ନିକାଲ୍‌ କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସଂଚାଳନ ହୋଇଥିଲା । ଏହି ଅବସରରେ ସିଆର୍‌ପିଏଫ୍‌ ଅଧିକାରୀ ପ୍ରାଣକୃଷ୍ଣ ସାହୁ, ପୀତବାସ ପଣ୍ଡା, ଡେପୁଟି କମାଣ୍ଡେଣ୍ଟବିନୋଦ କୁମାର ଟଣ୍ଡନଙ୍କ ସହ ସିଆର୍‌ପିଏଫ୍‌ ଯବାନ୍‌ମାନେ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ବିଶେଷ କଂପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ୨୦୧୮ ମସିହାରୁ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ପ୍ରଶିକ୍ଷିତ କରାଯାଇ ସାରିଛି । ପ୍ରଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ଏହି ଆଧାରରେ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

18 − 16 =