pakka

ଜିଲ୍ଲାରେ ଜନଜୀବନର ସୁରକ୍ଷା ପାଇଁ ସଡ଼କ ସୁରକ୍ଷା ସଚେତନତା ରାଲି

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ଓ ପରିବହନ ବିଭାଗର ମିଳିତ ଆୟୋଜନରେ ଆଜି ସକାଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରୁ ଏଣିକି ଜିଲ୍ଲାରେ ମାସର ପ୍ରତି ଶନି ଓ ରବିବାରକୁ ଶତ ପ୍ରତିଶତ ହେଲ୍‌ମେଟ ଦିବସ ଭାବେ ଗ୍ରହଣ କରିବାକୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା ରାଲିକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ଓ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ପ୍ରତିଟି ଜୀବନ ମୂଲ୍ୟବାନ, ପ୍ରତ୍ୟେକ ଯାନ ଚାଳକ ଗାଡ଼ିରେ ଯାତାୟାତ ସମୟରେ ସଦା ସର୍ବଦା ହେଲ୍‌ମେଟ ପରିଧାନକୁ ସୁନିଶ୍ଚିତ କରିବାର ସଚେତନତା ବାର୍ତ୍ତା ନେଇ ଅନୁଷ୍ଠିତ ରାଲି ସୋନପୁର ସହର ପରିକ୍ରମା କରି ସୋନପୁର ବଲାଙ୍ଗିର ମୁଖ୍ୟ ରାସ୍ତାରେ ହରଡ଼ଖୋଲ, ବୈଦ୍ୟନାଥ ଛକ, ଖମ୍ବେଶ୍ୱରୀପାଲି ଛକ ତଥା ସାଗରପାଲି ଗ୍ରାମର ପରିକ୍ରମା କରିଥିଲା । ଅନୁଷ୍ଠିତ ଏହି ରାଲିରେ ଏସଡିପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ଅତିରିକ୍ତ ପରିବହନ ଅଧିକାରୀ ଦେବାଶିଷ ସାହୁ, ଏମଭିଆଇ ଲୋକନାଥ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ସଦସ୍ୟା ପ୍ରମୁଖ ସାମିଲ ଥିଲେ । ଜିଲ୍ଲାର ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ଆଗକୁ ନିୟମିତ ଭାବେ ଏହିପରି ଆବଶ୍ୟକ ଜନ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ସମସ୍ତ ଜନସାଧାରଣ ଗାଡିଚାଳନା ବେଳେ ନିଶ୍ଚିତ ଭାବେ ହେଲ୍‌ମେଟ ପରିଧାନ କରିବାକୁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

twenty − eighteen =

error: Content is protected !!