
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ଦ୍ୱାଦଶାହ ଅବସରରେ ପଦ୍ମପୁର ଶାନ୍ତି ନଗରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ସ୍ୱର୍ଗତ ଅରବିନ୍ଦ ସାହୁ ଫାଉଣ୍ଡେସନର ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ତଥା ଶିକ୍ଷକ ସୁମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ପ୍ରଶାନ୍ତ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ମନୋରଞ୍ଜନ ସିଂ ବରିହା, ଡ. ଗଦାଧର ରଥ, ସୂର୍ଯ୍ୟ ପ୍ରସାଦ ହୋତା, ପ୍ରୀତି ରଞ୍ଜନ ପ୍ରଧାନ, ଶାନ୍ତନୁ ପାଣିଗ୍ରାହୀ ଓ ପଦ୍ମପୁର ଏନ୍ଏସି ଉପାଧ୍ୟକ୍ଷା ଭାରତୀ ନାୟକଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ଜୀବନ, କୃତି ଓ ସାମାଜିକ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅଭିନାଶ ମିଶ୍ର ଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ । ପରେ ଅତିଥି ଓ ଉପସ୍ଥିତ ବ୍ୟକ୍ତିମାନେ ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ସାହୁଙ୍କ ୧୯୮୮ ମସିହା ମାଟ୍ରିକ ବ୍ୟାଚ୍ର ସହପାଠୀ ପ୍ରମୋଦ କୁମାର ପଣ୍ଡା, ସୁମନ୍ତ କୁମାର ସାହୁ, ରଘୁନାଥ ପୁରୀ, ସରୋଜ ମେହେର, ଅଶୋକ ବହିଦାର, ଭୂପଲ ଦାସ, ତୁଲାରାମ ସାହୁ, ଗୋପାଳ ପଣ୍ଡା, ଭାଗବତିଆ ହଂସ, ଅଭୟ ନାୟକ, ପ୍ରଫୁଲ୍ଲ ବେହେରା ଓ ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସଭା ଶେଷରେ ସାନ ଝିଅ ଶିଖାରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ପୁତୁରା ଫିରୋଜ, ଭଣଜା ସନ୍ଦୀପ ଓ ଶୁଭମ ଏବଂ ବଡ଼ ଝିଅ ଦୀପାଞ୍ଜଳୀ ସଭା ପରିଚାଳନାରେ ସହଯୋଗ କରିଥିଲେ ।