ଶିଶୁ ମଙ୍ଗଳ ମସିତି ଏବଂ ଓଡିଶା ରାଇଜିଙ୍ଗ୍‌ ଫାଉଣ୍ଡେସନ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : କନ୍ୟା କେତେବେଳେ ମାଁ, କେତେବେଳେ ଭଉଣୀ, କେତେବେଳେ ଲକ୍ଷ୍ମୀ ତ କେତେବେଳେ ଲକ୍ଷ୍ମୀବାଇ ଭିନ୍ନତାର ରୂପ ଅନେକ ତାର ପରିଚୟ । ସମାଜରେ ଝିଅ ମାନଙ୍କୁ ଅଧିକ ଗୁରୁତ୍ୱ ଦେବା ଓ ଝିଅ ମାନଙ୍କର ଅଧିକାରର ସଚେତନତାର ବାର୍ତ୍ତାନେଇ ଆଜି ଶିଶୁ ମଙ୍ଗଳ ସମିତି ଏବଂ ଓଡ଼ିଶା ରାଇଜିଙ୍ଗ୍‌ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଭୁତାପଡ଼ା ବସ୍ତିଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବ୍ରଜେନ୍ଦ୍ର କିଶୋର ପଣ୍ଡା, ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ପଶ୍ଚିମ ଓଡ଼ିଶା ଶାଖାର ପରିଚାଳିକା ବନଜୋସ୍ନା ପ୍ରଧାନ, ଶିଶୁ ମଙ୍ଗଳ ସମିତିର ସଭ୍ୟା ପୁଷ୍ପାରାଣୀ ମହାପାତ୍ର ଓ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ପବନ କୁମାର ବତକ ଉପସ୍ଥିତ ରହି କନ୍ୟା ସନ୍ତାନ ଦିବସରେ କନ୍ୟା ସନ୍ତାନ ମାନଙ୍କୁ ସଚେତନର ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ । ଉକ୍ତ ଦିବସରେ ୬୦ ଗୋଟି କିଶୋରୀ ବାଳିକାଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନ କରାଯାଇ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସଂସ୍ଥା ତରଫରୁ ସମ୍ବଲପୁର ସହରର ବିଭିନ୍ନ ବସ୍ତିରେ କିଶୋରୀ କ୍ଲବ ଗଠନ କରାଯାଇ କିଶୋରୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ସଫଳ ନିମନ୍ତେ ସମସ୍ତଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.