ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ

ବୀରମହାରାଜପୁର/ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମର ୨ ଗୋଟି ପରିବାରକୁ ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ଶନିବାର ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଏଡିଇଓ ଡ. ରାଧାକାନ୍ତ ଗଡତିଆ, ସ୍ଥାନୀୟ ସରପଞ୍ଚ ବିନୋବାନନ୍ଦ ପଧନ, ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ, ଜଟେସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ ତ୍ରିପୁରାରୀ ରଥ ପ୍ରମୁଖ ଏହି ପରିବାରର ବିପତ୍ତି ସମୟରେ ଉପସ୍ଥିତ ରହି ରାଜ୍ୟ ରେଡକ୍ରସ ତରଫରୁ ପଠାଇଥିବା ମୌଳିକ ଆବଶ୍ୟକତା ସାମଗ୍ରୀ ପ୍ରଦାନ କରିଥିଲେ । ଗତ ୮ ତାରିଖର ଦୁଇ ଗୋଟି ପରିବାରର ଘର ପୋଡ଼ି ଯାଇଥିବା ଖବର ପାଇ ଉକ୍ତ ବ୍ଲକର ଜୁନିଅର ରେଡକ୍ରସର ସାଧନକର୍ମୀ ଏବଂ ପରାମର୍ଶଦାତାମାନେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ମାଧ୍ୟମରେ ରାଜ୍ୟ ଜୁନିଅର ରେଡକ୍ରସ ଅଫିସରଙ୍କୁ ସୂଚନା ଦେଇ ଅଗ୍ନି ବିପନ୍ନ ପରିବାରକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏ କଥାକୁ ଦୃଷ୍ଟିରେ ରଖି ଗୁରୁତ୍ୱର ସହ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଭାରତୀୟ ରେଡକ୍ରସ ଓଡ଼ିଶା ଶାଖାର ସହମତି କ୍ରମେ ଏହି ପରିବାରଦ୍ୱୟକୁ ତାରପୋଲିନ, ଷ୍ଟୋଭ, ସାବୁନ, ଡିଟର୍ଜେଣ୍ଟ ପାଉଡର, ଷ୍ଟିଲ ବାସନ, କମ୍ୱଲ୍, ଧୋତି, ଶାଢ଼ୀ, ଗାମୁଛା, ଟରକିଜ, ମଶାରୀ, ଜାର, ବାଲଟି, ମଗ ପ୍ରଭୃତି ଆବଶ୍ୟକୀୟ ସାମଗ୍ରୀ ପଠାଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଏହି ସମସ୍ତ ସାମଗ୍ରୀ ତଥା କିଛି ଆର୍ଥିକ ସହାୟତାକୁ ଉକ୍ତ ଅଗ୍ନି ବିପନ୍ନ ପରିବାର ମୁଖ୍ୟ ମଗନିଆ ସାହୁ ଓ ମାଳତୀ ସାହୁଙ୍କୁ ପ୍ରଦାନ କରି ମାନବିକତା ଦେଖାଇଛନ୍ତି । କାର୍ଯ୍ୟକ୍ରମକୁ ସାଧନକର୍ମୀ ଚନ୍ଦ୍ରମଣି ବାଘ ସଂଯୋଜନା କରିଥିବା ବେଳେ ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଛନ୍ତି । ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଚାନ୍ଦ, ଉପେନ୍ଦ୍ର ସାହୁ, ରଞ୍ଜିତ ପଧାନ ବିସିସି ବୈକୁଣ୍ଠ ନାୟକ, ହେମନ୍ତ ମେହେର, ରକ୍ଷକ ସାଧନ କର୍ମୀ ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

nineteen − seven =