ନବରଙ୍ଗପୁର : ରାତ୍ରିକାଳୀନ କର୍ଫ୍ୟୁ ନବରଙ୍ଗପୁରରୁ ହଟିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଜିଲ୍ଲାରେ ଗତ ୨୫ ତାରିଖରୁ ରାତ୍ରି ୮ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା । ତେବେ ସ୍ଥିତିରେ କିଛିଟା ସୁଧାର ଆସିବା ପରେ ଜିଲ୍ଲାପାଳ ରବିବାର ଜିଲ୍ଲାରୁ ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି ।