ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଗୁରୁବାର ଦିନ ସକାଳୁ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଗାଁରେ ହୋଇଥିବା ରଥଯାତ୍ରାରେ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଭକ୍ତିରେ ବିଭୋର ହୋଇ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା । ଦେଓଗାଁ ରଥଯାତ୍ରାରେ ଜଗନ୍ନାଥ ମନ୍ଦିର ପୂଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ପୂଜା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଗୌନ୍ତିଆ ସାଧୁଚରଣ ସାହୁ ଛେରା ପହଁରା ଓ ଶ୍ରୀକାନ୍ତ ସାହୁ ସେବାକାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ସାଲେପାଲି, ଜରାସିଂହା, ଅର୍ଡା, ସିକୁଆଁ, ବଡ଼ବନ୍ଧ, ସିଲେଟକାନି, ମୁରସିଂହ, କୁତୁର୍ଲା, କୁରୁଆଁଝର, କନକପୁର, ଦେଷଣ୍ଢ, ଡୁମେରଜୋର, ଲଣ୍ଡାପଥର, ଧଣ୍ଡାମାଳ, ସାରସମାଲ, ତାଲପାଲି, ଡୁମେରପିଟା, ଗମ୍ଭାରୀମାଲ, ଗୌଡଗୋଠ, ବଡ଼ବାହାଲ, ଉପରଝର, ମହଳାଇ, ବଗଡ଼ା, ନୂଆପାଲି, ରତନପୁରରେ ମଧ୍ୟ ଝିପି ଝିପି ବର୍ଷାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
