ଘୁନସରରେ ମହାଆଡ଼ମ୍ବରରେ ସମ୍ପନ୍ନ ହେଲା ରଥଯାତ୍ରା

csstore

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଘୁନସର ଗାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ବେଦ ମନ୍ତ୍ର, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା । ଗାଁର ଉମରା ମେଘନାଦ ସିଂ ମାଝୀ ଏବଂ ପୂର୍ବତନ ସରପଞ୍ଚ ଲେକୃସିଂ ମାଝୀ ପାରମ୍ପରିକ ରୀତିନୀତି ଅନୁଯାୟୀ ଛେରା ପହଁରା କରିଥିଲେ । ଏହାପରେ ଶହ ଶହ ଭକ୍ତ ଭାବବିହ୍ୱଳ ହୋଇ ରଥର ଦଉଡ଼ି ଟାଣି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ । ରଥଯାତ୍ରାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ମଧ୍ୟ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମୁଖ୍ୟ ପୂଜକ ଭାବେ ଗୋବିନ୍ଦ ନାଏକ ଓ ବିଷ୍ଣୁ ପ୍ରସାଦ ନାଏକ ସମସ୍ତ ପୂଜାବିଧି ସୂଚାରୁରୂପେ ସମ୍ପନ୍ନ କରିଥିଲେ । ସେହିପରି ବାଞ୍ଛାନିଧି ମିଶ୍ର, ସୁଦାମ ପଣ୍ଡା, ଛୋଟୁ ନାଏକଙ୍କ ସମେତ ଅନ୍ୟାନ୍ୟ ସେବାୟତ ଓ ଗ୍ରାମବାସୀମାନେ ରଥଯାତ୍ରାର ସଫଳ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ । ସମସ୍ତଙ୍କ ସହଯୋଗ ଓ ଶୃଙ୍ଖଳାପୂର୍ଣ୍ଣ ପରିବେଶ ମଧ୍ୟରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସବର ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.