ଆଗେଇ ଚାଲିଛି ରୁକୁଣା ରଥ ନିର୍ମାଣ କାର୍ଯ୍ୟ : କାମରେ ଲାଗିଛନ୍ତି ୬୮ କାରିଗର

ଭୁବନେଶ୍ୱର : ରଥମହାଖଳାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ତିଆରି କାମ ଜୋରସୋର୍‌ରେ ଚାଲିଛି । ଗୁରୁବାର ସନ୍ଧ୍ୟା ବେଳକୁ ୨ଟି ଚକ ଓ ଅଖ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ମୋଟ ୬୮ ଜଣ କାମରେ ଲାଗିଛନ୍ତି । ଡ୍ରାଇଭରଙ୍କ ଧର୍ମଘଟ କାରଣରୁ ଦ୍ୱିତୀୟ ପର୍ଯ୍ୟାୟ କାଠ ପହଞ୍ଚିବାରେ ବିଳମ୍ବ ଆଶଙ୍କା କରାଯାଉଥିଲା । ଫଳରେ ଶୁକ୍ରବାର ସନ୍ଧ୍ୟା ପରଠୁ ରଥ କାମ ଧିମେଇବ ବୋଲି କାରିଗରମାନେ ଭାବୁଥିଲେ । ଏହି ଆଶଙ୍କା ମଧ୍ୟ ଦୂରୀଭୂତ ହୋଇଛି । ଅପରାହ୍ନରେ ମହି ୨ଟି, ସାଳ ୩ଟି, ଶିମିଳି ୫ଟି, କୁମ୍ଭୀ ଓ ଢଉରା ୫ଟି, ତେନ୍ତୁଳି ୨ଟି ଲଗ ପହଞ୍ଚିବ ।

ପ୍ରକାଶ ଥାଉକି ରଥ ତିଆରି କାମରେ ମୁଖ୍ୟ ମହାରଣାଙ୍କ ନେତୃତ୍ୱରେ ୨ଜଣ କମାର, ୩ଜଣ ପାଳିଆ ମହାରାଣା ସେବାୟତ, ୧୨ଜଣ ବେହେରା, ବାହାର କାରିଗର ୩୫ ଓ ପୁରୁଣା ଭୁବନେଶ୍ୱରରୁ ଆଉ ୧୫ କାରିଗରଙ୍କୁ ମିଶାଇ ମୋଟ ୬୮ ଜଣ ନିୟୋଜିତ ଅଛନ୍ତି । ଏହା ସହିତ ରଥ ନିର୍ମାଣ କାମ ଦିନ ରାତି ୨ଟି ସିଫଟରେ ଜାରି ରହଛି । ସେହିପରି ରଥର ବିଭିନ୍ନ ପାଖରେ ଲାଗିବାକୁ ଥିବା ଚାନ୍ଦୁଆ ଏବଂ ଛତା ଓ ତ୍ରାସ ପାଇଁ କପଡ଼ା କିଣିବା ଲାଗି ସମ୍ପୃକ୍ତ ମହାରଣା ସେବାୟତ ପିପିଲିର କିଛି ବୁଣାକାରଙ୍କ ସହ ଯୋଗାଯୋଗ କରିଛନ୍ତି । ଅଳ୍ପ ଦିନ ମଧ୍ୟରେ ଏ ସମସ୍ତ କାର୍ଯ୍ୟ ଚୂଡାନ୍ତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

twenty + 7 =