ହାଟବଦ୍ରା ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

• ପାହାଡ଼ପୁର ଗ୍ରାମରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ କଲେ ଶିଳାନ୍ୟାସ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ । ଏହା ଏକ ସାମାଜିକ, ଆର୍ଥିକ, ଶାରୀରିକ ଏବଂ ମାନସିକ ଅଭିଶାପ । ନିଶା ପରିବାର ଓ ସମାଜରେ ଉତ୍ତେଜନା ସୃଷ୍ଟି କରିଥାଏ । ତେଣୁ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ଲୋକମାନେ ନିଶାର କୁପ୍ରଭାବ ବିଷୟରେ ଜାଣିବା ପରେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବା ଲାଗି ଚେଷ୍ଟା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ସମାଜର ସବୁଠୁ ବଡ଼ ଶତ୍ରୁ । ତେଣୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରିବା ଏକ ମହତ କାର୍ୟ୍ୟ । ଆଧ୍ୟାତ୍ମିକତା ମାଧ୍ୟମରେ ଏକ ସୁସ୍ଥ ସମାଜ ନିର୍ମାଣ କାର୍ୟ୍ୟରେ ସମ୍ପୃକ୍ତ ରହିଥିବାରୁ ସେ ବ୍ରହ୍ମ କୁମାରୀ କେନ୍ଦ୍ରକୁ ପ୍ରଶଂସା କରିଥିଲେ । ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ସଫଳତା ପାଇଁ ସେ କାମନା କରିଥିଲେ ।

ପୂର୍ବରୁ, ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମରେ ପହଞ୍ଚି ସ୍ୱର୍ଗତ ଶ୍ରୀ ଶ୍ୟାମ ଚରଣ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ସେ ଗାଁରେ ଏକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଏବଂ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବା ସହିତ ଗାଁ ଲୋକଙ୍କ ସହିତ ମତବିନିମୟ କରିଥିଲେ ।

Leave A Reply

Your email address will not be published.

fourteen + fifteen =