mahavir

ପିଇବା ପାଣି ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଦେଶିଲ ଗ୍ରାମବାସୀ ଭଲ ଭାବରେ ପିଇବା ପାଣି ନ ପାଇବାରୁ ଆଜି ସକାଳୁ ଦେଶିଲ ଗ୍ରାମର ମହିଳା ଓ ପୁରୁଷମାନେ ଜାତୀୟ ରାଜପଥ ଅବରୋଧ କରି ଖାଲି ଗରା ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଟିଟିଲାଗଡ ସହରକୁ ଆସୁଥିବା ଲୋକମାନେ ତଥା ବହୁ ସଂଖ୍ୟାରେ ଗାଡିମାନେ ଛିଡ଼ା ହୋଇରହିଛି । ଖବର ପାଇ ଜନ ସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଚନ୍ଦନ କୁମାର ପଲେଇ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ବୃନ୍ଦାବନ ମେହେର ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ବି ସେମାନେ ପାଣି ନ ମିଳିବା ପର୍ଯ୍ୟନ୍ତ ତଥା ନିୟମିତ ପାଣି ଆସିବାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.