oom

ରାସ୍ତା ଅବସ୍ଥା ଶୋଚନୀୟ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଣା ବସ୍ତି ରାସ୍ତା ଏକ ଜନଗହଳିପୁର୍ଣ୍ଣ ତଥା ସହରର ବାଣିଜ୍ୟରେ ଏକ ମୁଖ୍ୟ ଯୋଗାଯୋଗର ରାସ୍ତା । ହେଲେ ବର୍ତ୍ତମାନ ଏହି ରାସ୍ତା ବେହାଲ ହୋଇ ପଡିଛି । ମାତ୍ର ୩ ବର୍ଷ ଆଗରୁ ନିର୍ମିତ ହୋଇ ମଧ୍ୟ ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ଗୋଡି ଉଠି ଯିବା ସହ ବିଭିନ୍ନ ସ୍ଥାନରେ ଖାଲ ଦେଖିବାକୁ ମିଳୁଛି । ଅନ୍ୟପଟେ ମାତ୍ର କେଇଟା ମାସ ପୂର୍ବରୁ ନିର୍ମିତ ପୁରୁଣା ବସ୍ତିର ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖ ରାସ୍ତାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛ । ଏ ନେଇ ପ୍ରତିଦିନ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବାଇକ ତଥା ଯାନବାହନ ମାନଙ୍କର ଆସିବ ଯିବା ବେଳେ ବହୁ ଅସୁବିଧା ହେଉଛି । ଲୋକଙ୍କ ମନରେ ମଧ୍ୟ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିବା ସହ ରାସ୍ତାର ଶୀଘ୍ର ମରାମତି ପାଇଁ ଦାବୀ ହେଉଛି । ଅନ୍ୟ ପଟେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ମନ ନିର୍ମାଣ ହେଉଥିବା ବେଳେ ଦିନ କିଛିଟା ମଧ୍ୟରେ ରାସ୍ତା ଗୁଡିକର ଏପରି ପରିସ୍ଥିତି ଦେଖି ଏହା କେବଳ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ଅପାରଗତା ଏବଂ ଠିକାଦାର ପୋଷାନୀତିର ପରିଣାମ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଉଠୁଛି ।

jittmm
Leave A Reply

Your email address will not be published.