csstore

ମାଳିମୁଣ୍ଡା ଗାଁ ରାସ୍ତା କାଦୁଆ ପାଣିରେ ଭରା

ପାଟଣାଗଡ଼, (ଗୋରେଖନାଥ ବରିହା) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ମାନଙ୍କୁ ପକ୍କା ଘର ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ଭଳି ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ, ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ତାହା କାଗଜ କଲମରେ ସୀମିତ ରହୁଥୁବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ମାଳିମୁଣ୍ଡା ଗାଁରେ ମଝି ରାସ୍ତାରେ କାଦୁଅ ପାଣି ଜମା ହେଉଥିବା ଯୋଗୁ ଗାଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମାଳିମୁଣ୍ଡା ଗ୍ରାମର ଉପରପଡା ଗାଁ ମଝି ରାସ୍ତାରେ ପାଣି ଜମା ହୋଇଥିବା ଫଳରେ ପଡାବାସୀଙ୍କ ସମେତ ପ୍ରତିଦିନ ଏହି ରାସ୍ତା ଉପରେ ଶହ ଶହ ଲୋକ, ଛାତ୍ର ଛାତ୍ରୀ ତଥା ବ୍ୟବସାୟୀ ଯାତାୟାତ କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁଏହାକୁ ନେଇ ବେଲପଡ଼ା ବ୍ଲକ ଅଧିକାରୀଙ୍କୁ ଗୁହାରୀ କରିଥିଲେ ସୁଦ୍ଧା ବେଲପଡ଼ା ବ୍ଲକ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାର ମରାମତି କରିବା ସହ ଡ୍ରେନ ନିର୍ମାଣ କରିବାକୁ ଗ୍ରାମବାସୀ ପକ୍ଷରୁ ଦାବୀ କରାଯାଇଛି ।

jayashree
Leave A Reply

Your email address will not be published.