csstore

ଏବିସିଡି ପକ୍ଷରୁ ରଙ୍ଗୋଲି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବିସିଡି ଆୟୋଜିତ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ର ୨୫ ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆଜି ରବିବାର ଦିନ ପଦ୍ମପୁର ମାରୱାଡି ଧର୍ମଶାଳାଠାରେ ରଙ୍ଗୋଲି, ଝୋଟି ଓ ସଂଗୀତ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏଥିରେ ରଙ୍ଗୋଲି ଜୁନିଅର ଓ ସିନିଅର ବିଭାଗରେ ୪୮ ଜଣ ସେହି ପରି ଝୋଟିରେ ଜୁନିଅର ଓ ସିନିଅର ବିଭାଗରେ ୫୫ ଜଣ ଓ ସଂଗୀତରେ ୩୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଝୋଟି ଓ ରଙ୍ଗୋଲି ପାଇଁ ବିଚାରକ ଦୁର୍ଗାଶିଷ ପଟ୍ଟନାୟକ, ସଚ୍ଚିଦାନନ୍ଦ ସାହୁ ଓ ଜଗନ୍ନାଥ ସେଠ ତୁଳାଇଥିବା ବେଳେ ସଂଗୀତର ବିଚାରକ ଥିଲେ । ରମେଶ କୁମାର ଗୁର୍ଲା, ଝସକେତନ ବେହେରା ଓ ଅନ୍ତର୍ଯ୍ୟାମୀ ମେହେର, ପ୍ରାରମ୍ଭରେ ଅନୁଷ୍ଠାନ ଉପଦେଷ୍ଠା କେଶରଞ୍ଜନ ପଧାନ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ପ୍ରତିଯୋଗିତା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ, କୋଷାଧ୍ୟକ୍ଷ ସୁରେଶ ମିଶ୍ର, ଲିଙ୍ଗରାଜ ସାହୁ, ଶାନ୍ତ ସଂଗ୍ରାମ ଭୋଇ, ଅମୀୟ ପୁରୋହିତ, ସରୋଜ ଯୋଶୀ, ସୁଶାନ୍ତ ସରାଫ, ରମେଶ ଗୁର୍ଲା, ଟୁନା, ପଦ୍ମିନୀ ପରିଡା, ଅଞ୍ଜଳି ପରିଡା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.