pakka

ଆଇନ ମହାବିଦ୍ୟାଳୟ ଓ ସମାଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଉପଲକ୍ଷେ ରାଉରକେଲା ଆଇନ ମହାବିଦ୍ୟାଳୟ ଓ ରାଉରକେଲା ସମାଜ ସଂସ୍କରଣର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଓ ସମାଜର ବ୍ୟୁରୋଚିଫ୍ ତଥା ଆଲୁମନି ମନୋରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଏହି ଶିବିରକୁ ଉଦ୍‌ଘାଟନ କରି ରକ୍ତଦାନର ମହତ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରାୟ ୨୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବ୍ଲଡ ବ୍ୟାଙ୍କର ଡାକ୍ତର ମୀରା ସାସ୍ମଲ ଓ ତାଙ୍କ ସହଯୋଗୀ ବୃନ୍ଦ, ଆଇନ ମହାବିଦ୍ୟାଳୟର ଡଃ ସମ୍ପାଦିକା ମହାନ୍ତି, ଡଃ ପ୍ରଜ୍ଞା ପରମିତା ପଣ୍ଡା, ଡଃ ଦିବ୍ୟେନ୍ଦୁ ପଣ୍ଡା, ତନ୍ମୟ ରାଜ ପାଢୀ, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଆୟୁଷ୍ମାନ ମହାନ୍ତି, ଲକ୍ଷ୍ମୀ ପ୍ରିୟା ସାହୁ, ଆଲୁମନି ଆସୋସିଏସନ୍‌ର ସଭାପତି ଡଃ ସୁମନ ଦତ୍ତ, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ବିଭୁତି ପୁହାଣ, ସମାଜ ତରଫରୁ ସତ୍ୟାନନ୍ଦ ବେହେରା, ପ୍ରତାପ ରାଉତ, ସରୋଜ ବେହେରା, ଶଙ୍କର ମିଶ୍ର, ସଂଗ୍ରାମ ଭୁୟାଁ, ଡୋଳାନନ୍ଦ ବେଟି, ସଂଜୀବ ପଟ୍ଟନାୟକ, ସୁଦର୍ଶନ ଜେନା, ଛାତ୍ରୀ ଆଞ୍ଚଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପଣ୍ଡିତ ଗୋପବନ୍ଧୁ ଦାସ ପୂଣ୍ୟତିଥି ଉପଲକ୍ଷେ ସମାଜ ତରଫରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି ।

jay balangir
Leave A Reply

Your email address will not be published.

14 + twenty =