pakka

ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନ ଠାରେ ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ ହୋଇଯାଇଛି । ଆଦର୍ଶ ପାଠାଗାରର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଉଦ୍‌ଘାଟକ ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଜ୍ଞାନେନ୍ଦ୍ର ଦାଶ, ଅଶୋକ ବଳ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଳା ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବାବେଳେ ମେଳାରେ ବନାରସୀ ଶାଢୀ, ଯାମଦାନୀ ସିଲ୍କ, ତାମିଲନାଡୁର ସୂତା ବେଡସିଟ, ଭାଗଲପୁରର ସିଲ୍କ ଶାଢୀ, ଲକ୍ଷ୍ନୋର ଚିକେନ ୱାର୍କ, ଜୟପୁର ଓ ଦିଲ୍ଲୀର ଫେସନ ଅଳଙ୍କାର, କୋଟା ଶାଢୀ, ହରିଆନା ଓ ପଞ୍ଜାବର ସୋଫା କଭର, କୁର୍ତ୍ତା, ରାଜସ୍ଥାନୀ ବାନ୍ଧ ଶାଢୀ, କାଶ୍ମୀର ଏମ୍ବ୍ରୋଡରୀ ଟେପ୍, ପୁସମିଙ୍ଗ ସିଲ୍କ ଶାଢୀ, ରାଜସ୍ଥାନୀ ଆଚାର ସହ ବିଭିନ୍ନ ସାମଗ୍ରୀ ଏଠାରେ ଉପଲବ୍ଧ ଅଛି । ସବୁ ଜିନିଷର ବିକ୍ରି ଉପରେ ରିହାତି ଦିଆଯାଉଛି । ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

eighteen − nine =