lika

ଜନ୍ମ ଦିବସରେ ରକ୍ତ ଦାନ ଶିବିରର ଆୟୋଜନ : ଚର୍ଚ୍ଚାରେ ସୁଶାନ୍ତ ନାହାକଙ୍କ ପରିବାର

gbag

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜନ୍ମ ଦିନ ଭଳି ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଦିବସକୁ ସ୍ମରଣୀୟ କରିବା ସହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଛତ୍ରପୁର ବ୍ଳକର ଅଗସ୍ତି ନୂଆଗାଁର ନାହାକ ପରିବାର । ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ବିତର ୫ମ ଜନ୍ମ ବାର୍ଷିକୀ ଅବସରରେ ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୩୧ ୟୁନିଟ ରକ୍ତ ସଂଗ୍ରହ କରି ବ୍ରହ୍ମପୁର ରକ୍ତ ଭଣ୍ଡାରକୁ ପ୍ରେରଣ କରାଯାଇଛି । ଶୁକ୍ରବାର ବ୍ରହ୍ମପୁର ବଡ ମେଡିକାଲ ପରିସରରେ ଥିବା ଓଡ଼ିଶା ରକ୍ତ ଭଣ୍ଡାରର ସହାୟତାରେ ଆୟୋଜିତ ଏହି ଶିବିରକୁ ଛତ୍ରପୁର ସ୍ଥିତ ନିଉଏଜ୍ ୟୁରୋ କିଡସ୍ ସ୍କୁଲର ଅଧ୍ୟକ୍ଷ ରଞ୍ଜନ ମହାପାତ୍ର , ମୁଖ୍ୟ ପୁଷ୍ଠପୋଷକ ସସ୍ମିତା ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ଛତ୍ରପୁର ପ୍ରେସ କ୍ଲବର ସଭାପତି ରବିନ୍ଦ୍ର ପଣ୍ଡା ଓ ଉପସଭାପତି ସନ୍ତୋଷ ମିଶ୍ରଙ୍କ ଉପସ୍ଥିତିରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏତତ ବ୍ୟତୀତ ନିଉ ଏଜ୍ ୟୁରୋ କିଡସ୍ ସ୍କୁଲର ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ ଶିବିର ପରିଦର୍ଶନ କରିବା ସହ ଆୟୋଜକଙ୍କୁ ଏଭଳି ମହତ ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ । ନାହାକ ପରିବାରର ଏହି ମହତ କାର୍ଯ୍ୟକ୍ରମ ସାଧାରଣରେ ଖୁବ ପ୍ରଶଂସିତ ହୋଇଛି ।

sandip
Leave A Reply

Your email address will not be published.