pakka

ଖପ୍ରାଖୋଲରେ ୟୁଥ୍ ବ୍ଲଡ ଡୋନର ଗୃପ ତରଫରୁ ରକ୍ତଦାନ ଶିବିର, ୪୨ ୟୁନିଟ ରକ୍ତ ସଂଗ୍ରହ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ସଭାଗୃହଠାରେ ୟୁଥ୍ ବ୍ଲଡ ଡୋନର ଗୃପ୍ ତରଫରୁ ରକ୍ତଦାନ ଶିବିର ଗଣତନ୍ତ୍ର ଦିବସ ଅବସରରେ ଶୁକ୍ରବାର ଆୟୋଜିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବିଡ଼ିଓ ଆକାଶ ରଞ୍ଜନ ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଯୋଗଦେଇ ଶିବିର ଉଦଘାଟନ କରିଥିଲେ । ଏହି ଅବସରରେ ରକ୍ତଦାନକୁ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବର୍ଗର ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ସଂଗ୍ରହ ପାଇଁ ପାଟଣାଗଡ ରକ୍ତ ଭଣ୍ଡାରର ଟେକ୍ନିସିଆନ ବୁଲା ସାମଲ ଓ ଅନ୍ୟମାନେ ସାମିଲ ହୋଇଥିବା ବେଳେ ୟୁଥ୍ ବ୍ଲଡ ଡୋନର ଗୃପର ପ୍ରତିଷ୍ଠାତା ଅକ୍ଷୟ କୁମାର ପ୍ରଧାନ, ଉପଦେଷ୍ଟା ଅଭୟ ତ୍ରିପାଠୀ, ବ୍ରଜବନ୍ଧୁ ଠାକୁର, ହରେକୃଷ୍ଣ ମେହେର ସମେତ ଗୃପର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅନୁଷ୍ଠାନ ରକ୍ତ ସଂଗ୍ରହ ସହ ଚକ୍ଷୁ ଶିବିର ବିଭିନ୍ନ ସମାଜ ସେବା କାର୍ଯ୍ୟ କରି ଆସୁଥିବା ବେଳେ ବିଭିନ୍ନ ଅନୁଷ୍ଠାନରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

13 − five =