jsm

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯୋଗୀମୁଣ୍ଡାଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

csstore

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଜତୀ ପଧାନ, ମୁଖ୍ୟବକ୍ତା ଭାବେ ଶ୍ରୀ ବାରିକ, ସମ୍ମାନିତ ଅତିଥି ଭାବେ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ, ଯୋଗୀମୁଣ୍ଡା ସରପଞ୍ଚ ଶ୍ରୀମତୀ ମମତା ପଧାନ, ପ୍ରଧାନ ଆଚାର୍ଯ୍ୟ ସ୍ମିତ କୁମାର ସାହୁ, ବିରଞ୍ଚି କୁମାର ଅଗ୍ରୱାଲ ଯୋଗଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ମାଧ୍ୟମରେ ମଣିଷ ଜୀବନରେ ଶିକ୍ଷା ଅପରିହାର୍ଯ୍ୟ, ଶିକ୍ଷା ବିନା ମୁକ୍ତି ନାହିଁ ଶିକ୍ଷା ବିନା ଶାନ୍ତି ନାହିଁ, ଶିକ୍ଷା ବିନା ବିକାଶ ନାହିଁ, ଶିକ୍ଷା ବିନା ସଂସ୍କାର ନାହିଁ, ଶିକ୍ଷା ବିନା ଶୃଙ୍ଖଳିତ ନାହିଁ, ଶିକ୍ଷା ବିନା ଜୀବନ ଅସମ୍ପୂର୍ଣ୍ଣ । ଶିକ୍ଷା ହିଁ ମଣିଷ ଜୀବନର ମୂଳଦୁଆ । ଭଲ ପାଠ ପଢି ସଂସ୍କାରିତ ଓ ଶୃଙ୍ଖଳିତ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ଅବିଭାବକମାନଙ୍କୁ ମଧ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଶିଶୁ ମାନଙ୍କୁ ପଢ଼ିବା ପାଇଁ ମାନସିକଚାପ ଦିଆନଯାଉ, ଯେଉଁ ଶିଶୁ ମାନେ କେବଳ ପାଠ ନୁହେଁ ପାଠ ସହିତ ଖେଳ ଅନ୍ୟାନ୍ୟ ଜ୍ଞାନ କୌଶଳରେ ଭାଗ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ସୁଯୋଗ ଦିଆଯାଉ । ଯେଉଁ ଛାତ୍ରଛାତ୍ରୀ ମାନେ ନିଜ ନିଜର ରୁଚି ଅନୁସାରେ ଆଗକୁ ବଢ଼ୁଛନ୍ତି ସେମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଆହ୍ୱାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ଅଞ୍ଚଳର ବୁଦ୍ଧିଜୀବୀ, ପିତୃମାତୃ ଗଣ ଓ ଅବିଭାବକମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.