ଆନ୍ତର୍ଜାତିକ ମାନବିକ ଅଧିକାର ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ମାନବାଧିକାର ପରିଷଦ ବଲାଙ୍ଗିର ଜିଲ୍ଲା ବୋର୍ଡ୍ ଓ ଓଡିଶା ମୋ’ ପରିବାର ପକ୍ଷରୁ ବଲାଙ୍ଗିର ବିବିଏମସିଏଚ୍‌ ସ୍ଥିତ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ ଏବଂ ସିଆରପିଏଫ୍ ଯବାନ, ସାମ୍ବାଦିକଙ୍କ ସମେତ ସାଧାରଣ ଲୋକେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବଲାଙ୍ଗିର ଏସ୍‌ପି ନିତିନ କୁଶଲକର୍ ଏବଂ ସିଆରପିଏଫ୍ ୧୮୯ ବାଟାଲିଆନର କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ୩୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଓଡିଶା ମୋ’ ପରିବାର ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ସାଗର ସଙ୍ଗମ ଶତପଥୀ ଏଥିରେ ସହଯୋଗ କରିଥିଲେ । ସୁରକ୍ଷା ବାହିନୀ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ସହ ରକ୍ତ ଦେଇ ଦେଶବାସୀଙ୍କ ଜୀବନ ବଞ୍ଚାଉଥିବା ନେଇ ବଲାଙ୍ଗିର ୧୮୯ ବାଟାଲିଅନ୍ ସିଆରପିଏଫ୍ ବାହିନୀର କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ପ୍ରକାଶ କରିଛନ୍ତି । ଏହି ରକ୍ତଦାନ ଶିବିରରେ ଆଇଏଚ୍‌ଆର୍‌ସି ବଲାଙ୍ଗିର ଜିଲ୍ଲା ବୋର୍ଡ ସଭାପତି ବଳରାମ ମିଶ୍ର, ଉପସଭାପତି ସମରେନ୍ଦ୍ର କୁମାର ରଥଙ୍କ ସମେତ ସାମ୍ବାଦିକ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ । ଏସ୍‌ପି ନିତିନ କୁଶଲକର୍ ଓ ସିଆରପିଏଫ୍ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ରକ୍ତଦାତା ମାନଙ୍କୁ ଆଇଏଚ୍‌ଆରସି ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରିବା ସହ ସଂଗଠନର ମହାନ କାମକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

20 + six =