ସଇଁନ୍ତଲାରେ ବ୍ୟାଙ୍କ ବନ୍ଦ : କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବ୍ୟାଙ୍କ ଘରୋଇକରଣକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରଂଭ ହୋଇଛି । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଆଇନ ସଂଶୋଧନ ବିଲ୍‌ ୨୦୨୧ ଆଣିବାକୁ ଯାଉଛନ୍ତି । ଏହି ନୂତନ ନିୟମ ଦ୍ୱାରା ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିୟମକୁ ବିରୋଧ ବିରୋଧ କରି ଆଜିଠୁ ଦୁଇଦିନିଆ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ଼ ଫୋରମ ଅଫ୍‌ ବ୍ୟଙ୍କ୍‌ ୟୁନିଅନ୍‌ ।ଏହା ଦ୍ୱାରା ଆଜି ଦେଶର ୨୧ ହଜାରରୁ ଅଧିକ ବ୍ୟାଙ୍କ ଶାଖା ଓ ରାଜ୍ୟର ୪ ହଜାରରୁ ଉର୍ଦ୍ଧ୍ବ ଶାଖା ବନ୍ଦ ହୋଇଥିବା ବେଳେ ରାଜ୍ୟର ୨୧ ହଜାର ଓ ଦେଶର ଲକ୍ଷାଧିକ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଛନ୍ତି । ଆଜିର ଏହି ବ୍ୟାଙ୍କ ବନ୍ଦ ଡାକରାରେ ସଇଁନ୍ତଲା ବ୍ଲକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଦ୍ରା ବ୍ୟାଙ୍କ ଓ ଆଞ୍ଚଳିକ ବ୍ୟାଙ୍କ ମଧ୍ୟ ସାମିଲ ହୋଇଛି, ଯାହା ଫଳରେ ବ୍ୟାଙ୍କ ବନ୍ଦ ଥିବାର ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.

3 + 1 =

error: Content is protected !!