
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରଘୁନାଥ ରାମନାଟ୍ୟ ଯୁବକ ସଂଘ ପକ୍ଷରୁ ରଘୁନାଥ ମନ୍ଦିର, ଘନିପୂର ଠାରେ ରକ୍ତ ଦାନ ଶିବିର ଅନୁଷ୍ଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଓ ସାମାଜିକ କର୍ମୀ ସୁନୀଲ ମିଶ୍ର ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ଶିବିରଟିକୁ ଶୁଭ ଉଦ୍ଘାଟନ କରିଥିଲେ । ତା’ପରେ ଯୁବ ସମାଜସେବୀ ଲିଟୁଲାଲ ଦେବ ସୁବୁଦ୍ଧି ରକ୍ତଦାନ କରିଥିଲେ । କୋଭିଡ୍ କଟକଣା ଅନୁପାଳନ କରି ସର୍ବମୋଟ ୨୫ ୟୁନିଟ ରକ୍ତ ଏହି ଶିବିରରେ ସଂଗ୍ରହ ହୋଇଥିଲା । ସେଣ୍ଟ୍ରାଲ ରେଡ଼ କ୍ରସ ରକ୍ତ କେନ୍ଦ୍ର, କଟକ ପକ୍ଷରୁ ଡକ୍ଟର ଏସ. ଶତପଥୀ, ଲେବୋଟାରି ଟେକ୍ନିସିଆନ ସନ୍ଦିପ ସ୍ୱାଇଁ, ଲକ୍ଷ୍ମୀଧର ପୃଷ୍ଟି, ସଂଯୋଜକ ଗଣେଶ୍ଵର ବେହେରା, ସଞ୍ଜୟ ପାତ୍ର ପ୍ରମୁଖ ଷ୍ଟାଫ୍ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏହାକୁ ଯୁବ ସଂଘର ସଭାପତି ଅର୍ଜୁନ ପାଳ, ପରିଚାଳକ ରାଜକିଶୋର ବେହେରା, ସମ୍ପାଦକ ତପନ କୁମାର ସାହୁ , କାର୍ଯ୍ୟକର୍ତ୍ତା ଦୁର୍ଗା ପ୍ରସାଦ ସାହୁ, ମଳୟ ରଞ୍ଜନ ସାହୁ, ସୁରେଶ ମହାପାତ୍ର, ବିଚିତ୍ର ସାହୁ ପ୍ରମୁଖ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରଟିକୁ ସୁପରିଚାଳନା କରିଥିଲେ ।
