ରକ୍ତଦାନ କଲେ କୁଲତା ସମାଜର ଯୁବ ସଦସ୍ୟ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କଙ୍କରିଆ ଗ୍ରାମର ମକରଧ୍ୱଜ ପଧାନ (୬୧) ସିକିଲିନ୍‌ ସମସ୍ୟା ହେତୁ ସ୍ଥାନୀୟ ଭିମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀରରେ ରକ୍ତ ପରିମାଣ ୫% ଥିବାରୁ ଡକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ମକରଧ୍ୱଜ ପଧାନଙ୍କ ପୁତ୍ର ବିଦ୍ୟାଧର ପଧାନ ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ରକ୍ତ ପାଇଁ ସହାୟତା ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ ସଭାପତି ଅସୀମ ଭୋଇଙ୍କ ନେତୃତ୍ୱରେ ବଲାଙ୍ଗିର ବ୍ଲକ ଉପରଝର ଗ୍ରାମର ଦିନେଶ କୁମାର ପଧାନ ରକ୍ତଦାନ କରି ମକରଧ୍ୱଜ ପଧାନଙ୍କ ଜୀବନ ବଂଚାଇଥିଲେ । ଏହି ଅବସରରେ ଯୁବ ସଦସ୍ୟ ଘାସିରାମ ପଧାନ ଓ ଶଙ୍କର ପଧାନ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 + 18 =

error: Content is protected !!