କଳାକାର ଭତ୍ତାରୁ ବଞ୍ଚିତ ମୁରଲୀ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ୨ ହଜାରରୁ ଅଧିକ ହିତାଧିକାରୀ ସରକାରଙ୍କ କଳାକାର ଭତ୍ତା ପାଉଛନ୍ତି । ତେବେ କଳାକାର ଚିହ୍ନଟ ପ୍ରକ୍ରିୟା ସମୟରେ ବହୁ ଅନିମୟିତତାର ଅଭିଯୋଗ ହୋଇଛି । ବହୁ ବାସ୍ତବ କଳାକାର ଏହି ଭତ୍ତାରୁ ବଞ୍ଚିତ ହୋଇଥିବା ବେଳେ କେତେକ ଅଯୋଗ୍ୟ କଳାକାର ଏହି ଭତ୍ତା ହାତେଇବାରେ ସଫଳ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବିଜେପୁର ବ୍ଲକ୍‌ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସନ୍ଧିବାହାଲି ଗାଁର ଜଣାଶୁଣା କଳାକାର ମୁରଲୀ ସାହୁ । ଦୀର୍ଘ ୨୫ ବର୍ଷ ଉଭୟ ବାହକ ଏବଂ କବିତା କଳାକୁ ବୃତ୍ତି ଭାବେ ଆପଣେଇଥିବା ମୁରଲୀ ଏ ପର୍ଯ୍ୟନ୍ତ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରଥମ ଥର ଯେଉଁ କଳାକାର ତାଲିକା ସରକାର ପ୍ରସ୍ତୁତ କରିଥିଲେ, ସେଥିରୁ ସେ ବାଦ ପଡ଼ିଛନ୍ତି । ଗୋଟିଏ ପଟେ ଲକ୍‌ଡାଉନ ଯୋଗୁଁ ନିଜ କଳାକୁ ବଞ୍ଚାଇ ରଖିବା ମୁସକିଲ ହୋଇପଡ଼ୁଛି । ଅନ୍ୟପଟେ କଳାକାର ଭତ୍ତା ତାଲିକାରୁ ବାଦ ପଡ଼ିବା ଘଟଣା ତାଙ୍କୁ ମର୍ମାହତ କରିଛି । ଏବେବି ସମୟ ପାଇଲେ କରୋନା କଟକଣା ସହ ଗାଁ କ୍ଲବ ଘରେ ଖୋଳ, ମୁର୍ଦ୍ଦୁଙ୍ଗ ଇତ୍ୟାଦି ବଜାଇ ସେ ସମୟ ଅତିବାହିତ କରିଥାନ୍ତି । ଏହାଛଡ଼ା ଅଂଚଳର ସେ ଜଣେ ଆଶୁ ଭାବରେ ଜଣାଶୁଣା । ଲକଡାଉନ ଯୋଗୁ କଳାକୁ ବଞ୍ଚାଇ ପରିବାର ଚଳାଇବା ମୁସକିଲ ହୋଇପଡ଼ୁଛି । ତେଣୁ କଳାକାର ଭତ୍ତା ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.

thirteen + 15 =

error: Content is protected !!