pakka

ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କଲେ ରକ୍ଷକ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଆଜି କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ସମୟରେ ତୁରେକେଲା ନିବାସୀ ଚଏତୁ ପୁଟେଲ(୭୦) ଭାରସାମ୍ୟ ହରାଇ ଲର୍କି ପେଟ୍ରୋଲ ପମ୍ପ ପାଖରେ ବାଇକ୍‌ରୁ ପଡିଯାଇ ଗୁରୁତର ଆହତ ହୋଇଥିଲେ । ଠିକ୍‌ ସମୟରେ ରକ୍ଷକ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ତୁରେକେଲା ଡାକ୍ତରଖାନାକୁ ବାଇକ୍‌ ଯୋଗେ ନେବାର ବ୍ୟବସ୍ଥା କରିଥିଲେ । ଦୁର୍ଘଟଣା ଯୋଗୁଁ ଶ୍ରୀ ପୁଟେଲଙ୍କ ମୁଣ୍ଡ ଓ ଶରୀରରୁ ରକ୍ତସ୍ରାବ ହେଉଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ଆୟୁଷ ଡାକ୍ତର ଶାନ୍ତିଲତା ସୁବୁଦ୍ଧି ତୁରନ୍ତ ଚିକିତ୍ସା କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ପୁଟେଲଙ୍କ ସ୍ଥିତିରେ ସୁଧାର ନଆସିଲେ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ଉପସ୍ଥିତ ସମାଜସେବୀମାନେ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ତୁରେକେଲା ଭଳି ଏକ ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିଥାଏ । ଉଚିତ ସମୟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶ୍ରୀ ଦାଶ ସେମାନଙ୍କୁ ସେବା ଯୋଗାଇ ଦେଇଥିବାରୁ ତାଙ୍କର ଏତାଦୃଶ ସେବା କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ।

Leave A Reply

Your email address will not be published.

six + 10 =