pakka

ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା ବ୍ରାହ୍ମଣୀଡୁଙ୍ଗୁରି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହାସଭାରେ ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ବିଭିନ୍ନ କେନ୍ଦ୍ରରୁ ଆସିଥିବା ସଭାପତି, ସମ୍ପାଦକ ଏବଂ ବଲାଙ୍ଗିର ଜିଲ୍ଲା କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । କେନ୍ଦ୍ର ସଭାପତି ଭୃଷୁବ ଦନ୍ତାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନାରେ ଆଶିଷ କୁମାର କ୍ଷେତି, ନରୋତ୍ତମ ଖମାରୀ, ତରଣୀସେନ ମେର୍ଲି, ଉଗ୍ରସେନ ପଧାନ, ଅଶ୍ୱିନୀ କୁମାର କ୍ଷେତି, ପ୍ରହଲ୍ଲାଦ ମେର୍ଲି, ମହାଦେବ ମେର୍ଲି, ନୀତୁ ଖମାରୀ ପ୍ରମୁଖ ସହଯୋଗ କରିଥିଲେ । ଆଞ୍ଚଳିକ ମହାସଭାରେ ମଂଚାସୀନ ଅତିଥି ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ, ଜାତିଗଙ୍ଗାଙ୍କ ଉପସ୍ଥିତିରେ ସାମାଜିକ ରୀତିନୀତି, ପିଠାଖୁଆ, କମ୍‌ ବୟସରେ ବିବାହ ଏବଂ ସଂସ୍କୃତି, ପରମ୍ପରା ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ଅଭିଭାଷଣ ପରେ ସୁଦାମ ବଘାର ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.

twenty + three =