pakka

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ରାଜ୍ୟ ବ୍ୟାପି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : ଡ୍ରାଇଭର ମହାସଂଘର ସଭାପତି ଡୋଳାମଣି ମେହେରଙ୍କ ନେତୃତ୍ୱରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକା ବନ୍ଦ ଡାକରା ଦେବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି । ଜରୁରୀକାଳୀନ ସେବା ଯେପରିକି ସ୍କୁଲ ବସ, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡିକୁ ବାଦ ଦେଇ ଅନ୍ୟ ଗାଡି ବନ୍ଦ ଥିବାର ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, କିଛିମାସ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବୀ ପ୍ରଦାନ କରାଯାଇଥିଲା । ମାସ ମାସ କାଳ ଗଡ଼ି ଯାଇଥିଲେ ମଧ୍ୟ ଦାବୀ ପୂରଣ ହୋଇ ନଥିବାରୁ ଆଜି ଦାବୀପତ୍ର ନେଇ ଡ୍ରାଇଭର ସଂଘ ରାଜରାସ୍ତାକୁ ଓହ୍ଲାଇଛି ବୋଲି କୁହାଯାଇଛି । ବେଲପଡା ସଭାପତି ମହାଦେବ ମେହେର, ଉପସଭାପତି ନରେଶ ଧରୁଆ, ସଂପାଦକ ଗୁଣ୍ଡୁ ପୁଟେଲ, ସହସଂପାଦକ ଡୋଳାମଣି ମେହେର, କୋଷାଧ୍ୟକ୍ଷ ତାରାଚନ ପୁଟେଲ, କରୁଣା ମାଝୀ, ବେଲପଡା ଏଡ୍‌ମିନ ରାଜେନ୍ଦ୍ର କୁମାର ସିଂହ, ଧୂବଲା ଯୁଏଡ ଓ ସବୁ ଡ୍ରାଇଭରମାନେ ଧର୍ମଘଟରେ ଉପସ୍ଥିତ ଥିଲେ । ଯଦି ଦାବୀ ପୂରଣ ନ ହୁଏ ତେବେ ଏହି ଧାରଣା ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

20 − thirteen =