csstore

ରାଜେନ୍ଦ୍ର ଆଲୁମ୍ନି ୱେବିନାର ଆସନ୍ତାକାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୭ ଅକ୍ଟୋବର ରବିବାର ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ଆଲୁମ୍ନି ‘ରାଜେନ୍ଦ୍ରଭିଆନ୍ସ’ ଆନୁକୂଲ୍ୟରେ ‘କ୍ୱାଣ୍ଟିଟି, କ୍ୱାଲିଟି ଆଣ୍ଡ୍ ଇକ୍ୱିଟି ଇନ୍ ହାୟର୍ ଏଜୁକେସନ୍’ ଶୀର୍ଷକ ଏକ ଭର୍ଚୁଆଲ୍ ଆଲୋଚନାଚକ୍ର ଆୟୋଜିତ ହେବ ବୋଲି ସୂଚନା ମିଳିଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ଆଲୁମ୍ନି ସଭାପତି ପ୍ରଫେସର ଅଭିମନ୍ୟୁ ମିଶ୍ରଙ୍କ ପୌରାହିତ୍ୟରେ ହେବାକୁ ଥିବା ଏହି ୱେବିନାରରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର, କୁଳସଚିବ ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିବେ । ପଶ୍ଚିମ ଓଡ଼ିଶାର ଏହି ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ଏବଂ ଆଗ୍ରହୀ ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକ-ଅଧ୍ୟାପିକା ଯୋଗଦେବା ପାଇଁ ସଂଘ ତରଫରୁ ସାଧାରଣ ସଂପାଦକ ଅରବିନ୍ଦ ଦାସ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ ହଲ ନଂ ୫କୁ ପ୍ରତ୍ୟକ୍ଷ ଭାବେ ଆସିପାରିବେ କିମ୍ବା ଜୁମ ଭର୍ଚୁଆଲ ସମାବେଶରେ  https://zoom.us/j/7323577019?pwd=QlZHVUhEMndRODVUeGhvVW84dTN2Zz09 ଲିଙ୍କ୍‌କୁ ଲଗଅନ୍‌ କରି ୱେବିନାରରେ ଯୋଗଦେଇପାରିବେ । ଜୁମ ଭର୍ଚୁଆଲ ସମାବେଶର ମିଟିଂ ଆଇଡି ୭୩୨ ୩୫୭ ୭୦୧୯ ଏବଂ ପାସୱାର୍ଡ alumni ମଧ୍ୟ ବ୍ୟବହାର କରି ଯୋଗଦେଇପାରିବେ । 

jayashree
Leave A Reply

Your email address will not be published.