jayashree

ଛତ୍ରପୁରର ରାଜାଘର ଜଗନ୍ନାଥ ମନ୍ଦିରରେ ଅନ୍ନ-ପ୍ରସାଦ ଖାଇବା ପାଇଁ ଅସମ୍ଭାଳ ଭିଡ଼ ଓ ଦଳାଚକଟା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ରାମଚରିତ ମାନସ ପାରାୟଣ ଉଦ୍‌ଯାପିତ ହୋଇଯାଛି । ସୋମବାର ପ୍ରତ୍ୟୁଷରୁ ପ୍ରବଳ ଗହଳି ଥିଲା । ପ୍ରତ୍ୟୁଷରେ ଭୋର୍‌ ୪ଘଣ୍ଟାବେଳେ ମଙ୍ଗଳ ଆଳତୀ, ପ୍ରାତଃ ୬ଘଣ୍ଟା ବେଳେ ରାଜ-ଆଳତୀ ସହ ପବିତ୍ର ରାସପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ପାରାୟଣ ପୂର୍ଣ୍ଣାହୁତି ଅବସରରେ ଘୃତ – ଯଜ୍ଞ, ଅନ୍ନ-ପ୍ରସାଦ ଲାଗି ଆନନ୍ଦବଜାର ପସରା ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା । ପରିଚାଳନାଗତ ବ୍ୟାପକ ତ୍ରୁଟି ଯୋଗୁ ଅଗଣିତ ଭକ୍ତଙ୍କ ସମାଗମ ହୋଇ ପ୍ରବଳ ଭିଡ଼ ପରିଲିଖିତ ହୋଇଥିଲା । ଯଜ୍ଞ-ପ୍ରସାଦ ସାରିବା ସ୍ଥାନରେ ଅସଂଖ୍ୟ ଭିଡ଼ ଧାଡ଼ିକ୍ରିୟାରେ ଆବଶ୍ୟକ ସଂଖ୍ୟାରେ ସ୍ବେଚ୍ଛାସେବୀ ନିୟୋଜିତ ହୋଇନଥିବା ଘେନି ଅସମ୍ଭାଳ ଭିଡ଼ରେ ପ୍ରବଳ ଦଳାଚକଟା ହୋଇଥିବା ଦେଖାଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍‌ ବାହିନୀର ସହଯୋଗ ନିମନ୍ତେ ଛତ୍ରପୁର ଥାନାକୁ ଖବର ଦିଆଯାଇଥିଲା ଏବଂ ପରିସ୍ଥିତି ଧୀରେଧୀରେ ସ୍ଥିରତାକୁ ଆସିଥିଲା । ଏଭଳି ଅସମ୍ଭାଳ ଭିଡ଼ କେବେ ହୋଇନଥିବା କୁହାଯାଏ । ଯେକୌଣସି କାର୍ଯ୍ୟକ୍ରମ ହେଲେ ସବୁ ବନ୍ଦୋବସ୍ତ ସତ୍ତ୍ୱେ ଚଳିତବର୍ଷର ଏଭଳି ଅସମ୍ଭାଳ ଭିଡ଼ ମନ୍ଦିର କମିଟିକୁ ଚକିତ କରିଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.