csstore

ଉତ୍କଳ ସ୍ନେହୀ ମହିଳା ସମିତିର ରଜ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ରଜ ମିଳନ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ଏଥିରେ ସଦସ୍ୟାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଅନ୍ତାକ୍ଷରୀ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଉପଲକ୍ଷେ ସଦସ୍ୟାମାନେ ଘରୁ ତିଆରି କରି ଆଣିଥିବା ବିଭିନ୍ନ ପ୍ରକାର ପିଠାପଣାକୁ ପରସ୍ପର ମଧ୍ୟରେ ବାଣ୍ଟି ଆନନ୍ଦର ସହ ଉପଭୋଗ କରିଥିଲେ । ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ନେତୃତ୍ୱରେ ଗୀତାଞ୍ଜଳି ମିଶ୍ର, ସ୍ନିଗ୍ଧା ସାମନ୍ତରାୟ, ଇନ୍ଦିରା ମହାନ୍ତି, ଶର୍ମିଳା ଦତ୍ତ, ସାବିତ୍ରୀ ଦାସ, ରସ୍ମିତା ସାହୁ, ବିଜୟଲକ୍ଷ୍ମୀ ମିଶ୍ର, ନମିତା ଆଚାର୍ଯ୍ୟ, ସୁପ୍ରଭା ସାହୁ, ମଞ୍ଜୁବାଳା ମହାପାତ୍ର, ଗୀତା ସେନାପତି, ସୁଭଶ୍ରୀ ସାହୁ, ସୁଜାତା ରାଣୀ ମହାପାତ୍ର, ସାଗରବାଳା ଦାସ ଏବଂ ସୁଜାତା ଷଡ଼ଙ୍ଗୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ରସ୍ମିତା ସାହୁ ସମସ୍ତଙ୍କୁ ରଜ ପାନ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.