jayashree

ରାୟଗଡ଼ା ଜିଲ୍ଲାର ରାଗିଙ୍ଗ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ, ଭିଡିଓ ଭାଇରାଲ

ରାୟଗଡ଼ା, (ଅକ୍ଷୟ କୁମାର ପିଡିଶିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରିଭଲକଣା ଉଚ୍ଚ ବିଦ୍ୟାଳୟର ଲୋମହର୍ଷଣକାରି ରାଗିଙ୍ଗ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଘଟଣା । ଏନେଇ ପୁଣି ଏକ ଭିଡିଓ ଭାଇରଲ ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଭାଇରଲ ଭିଡିଓଟି ରାୟଗଡା ବ୍ଲକ ପେଣ୍ଟା ଉଚ୍ଚ ବିଦ୍ୟାଳୟରୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ଭିଡିଓ ମାଧ୍ୟମରେ ସୂଚନା ପ୍ରଦାନ କରି କହୁଛନ୍ତି କନିଷ୍ଠ ପିଲାଙ୍କୁ ବରିଷ୍ଠ ପିଲା ରାଗିଙ୍ଗ କରୁଛନ୍ତି । ଭିଡିଓରେ ଦଶମ ଶ୍ରେଣୀର ଜଣେ କନିଷ୍ଠ ଛାତ୍ର ସେମାନଙ୍କୁ ରାଗିଙ୍ଗ କରୁଥିବା କଥା କାନ୍ଦି କାନ୍ଦି କହୁଥିବା ଦେଖିବାକୁ ମିଳିଛି । ବରିଷ୍ଠ ଛାତ୍ର ସେମାନଙ୍କୁ ବାଡେଇବା ସହ ଲୁଗା ସଫା କରେଇବା ଓ ସେମାନଙ୍କୁ ପ୍ୟାଣ୍ଟ ଖୋଲି ଅଶ୍ଲୀଳ ଆଚରଣ କରୁଥିବା ମଧ୍ୟ କହୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ କିଏ ଉତ୍ତୋଳନ କରିଛି ସେନେଇ କୌଣସି ତଥ୍ୟ ମିଳିପାରିନାହିଁ । ରିଭଲକଣା ଘଟଣାରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ତଦନ୍ତ କରିଥିଲେ । ପୂର୍ବରୁ ସେହି ଘଟଣାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ୭ ଜଣଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବା ସହ ଚାନ୍ଦିଲି ଥାନାରେ ଏତେଲା ଦେଇଥିଲେ । ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟରେ ବଢୁଥିବା ହିଂସ୍ରିକ ଆଚରଣ ଘଟଣାକୁ ନେଇ ଆୟୋଗ ଚିନ୍ତା ପ୍ରକଟ କରିବା ସହ ଶିଶୁ ସୁରକ୍ଷା ବିପନ୍ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ତେବେ ପେଣ୍ଟା ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା କେବେଠାରୁ ହେଉଛି ତଥ୍ୟ ମିଳିପାରିନାହିଁ । ଭିଡିଓଟି ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଆବାସିକ ବିଦ୍ୟାଳୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.