ଗୀତାରତ୍ନ ଯୁଗଳ କିଶୋର ପ୍ରଧାନଙ୍କ ପୁସ୍ତକ ‘ପ୍ରଭୁ ସୃଷ୍ଟି ରହସ୍ୟ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ସଂଧ୍ୟାରେ ବଲାଙ୍ଗିର ତେରାପନ୍ଥ ଭବନ ଠାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୀତାରତ୍ନ ଯୁଗଳ କିଶୋର ପ୍ରଧାନଙ୍କ ନୀତିବାଣୀ ମୂଳକ ପୁସ୍ତିକା ‘ପ୍ରଭୁ ସୃଷ୍ଟି ରହସ୍ୟ’ ମୁନିଶ୍ରୀ ପ୍ରଶାନ୍ତ କୁମାରଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ନାଟ୍ୟ ଭୁଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ଅନୁବାଦକ, ସ୍ତମ୍ଭକାର ତୁଳସୀ ଜୈନ ଯୋଗ ଦେଇ ଉକ୍ତ ପୁସ୍ତିକାକୁ ‘କଳସୀ ରେ ସରସୀ’ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଆଶୁକବି ହେମନ୍ତ ଦାଶ ଯୋଗ ଦେଇ ଆଶୁକବିତା ମାଧ୍ୟମରେ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ । ପର୍ଶୁରାମ ଭୋଇ ସ୍ଵାଗତ ଭାଷଣ ଦେଇଥିବା ବେଳେ ମନ୍ଦାକିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଜୟକୃଷ୍ଣ ଭୋଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଜୈନ ତେରାପନ୍ଥ ବଲାଙ୍ଗିର ଶାଖାର ଅଧ୍ୟକ୍ଷ ଧୃବ କୁମାର ଜୈନ ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଉକ୍ତ ସମାବେଶରେ ଚନ୍ଦ୍ରଭାନ୍ ଜୈନ, ସଦାନନ୍ଦ ପ୍ରଧାନ ସମେତ ଶ୍ରୀ ପ୍ରଧାନଙ୍କ ସପରିବାର ଯୋଗ ଦେଇଥିଲେ । ଏଥିରେ ତେରାପନ୍ଥ ବଲାଙ୍ଗିର ଶାଖା ସଂପୂର୍ଣ୍ଣ ସହଯୋଗ କରିଥିଲେ । ମନୋଜ ଜୈନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ କରିଥିଲେ ।

Leave A Reply

Your email address will not be published.

one × 5 =

error: Content is protected !!